Home ଜିଲ୍ଲା ପରିକ୍ରମା ସାଧାରଣ ବୀମା କର୍ମଚାରୀଙ୍କ ଧର୍ମଘଟ

ସାଧାରଣ ବୀମା କର୍ମଚାରୀଙ୍କ ଧର୍ମଘଟ

20

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ସଂସଦ ଅଧିବେଶନରେ ମୋଦି ସରକାର ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ପାସ୍ କରିଥିବା ସାଧାରଣ ବୀମା ଜାତୀୟକରଣ ସଂଶୋଧନ ବିଲ – ୨୦୨୧କୁ ବିରୋଧ କରି ଆଜି ସାରା ଦେଶରେ ସାଧାରଣ ବୀମା କର୍ମଚାରୀ ଓ ଅଫିସରମାନେ ଦିନିକିଆ ଧର୍ମଘଟ କରିଛନ୍ତି । ସାଧାରଣ ବୀମା କର୍ମଚାରୀ ଓ ଅଫିସରମାନଙ୍କର ସଂଯୁକ୍ତ ଫୋରମ ତରଫରୁ ଏହି ଡାକରାରେ ଭଦ୍ରକର ସମସ୍ତ ସାଧାରଣ ବୀମା କାର୍ଯ୍ୟାଳୟ ଯଥା- ଓରିଏଣ୍ଟାଲ ଇନ୍‌ସୁରାନ୍‌ସ, ନିଉ ଇଣ୍ଡିଆ ଇନ୍‌ସୁରାନ୍‌ସ, ନ୍ୟାସନାଲ ଇନ୍‌ସୁରାନ୍‌ସ ବନ୍ଦ ରହିଥିଲା । ଏହି ଆଇନ ଦ୍ୱାରା ସରକାର ଲାଭଦାୟକ ବୀମା ଶିଳ୍ପକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଶାଗମାଛ ଦରରେ ଟେକିଦେବା ସହିତ ଜନସାଧାରଣଙ୍କ ସମ୍ପତିର ସୁରକ୍ଷା ବିପନ୍ନ ହେବ ବୋଲି ଫୋରମ ପକ୍ଷରୁ ଚେତାବନୀ ଦେଇଛନ୍ତି । ଏହି ଧର୍ମଘଟରେ ସାଧାରଣ ବୀମା କର୍ମଚାରୀ ସଂଘର ସଭାପତି କାଳନ୍ଦୀ ଚରଣ ପାତ୍ର, ସମ୍ପାଦକ ମନୋରଂଜନ ଗୋଛାୟତ, ସୁବାସ ପରିଡା, ସବିତା ସୂତ୍ରଧର, ଅଗଣି ଜେନା, ସନ୍ତୋଷ ଅଧିକାରୀ, ଆଲୋକ ମହାପାତ୍ର, କାର୍ତ୍ତିକ ମହାନ୍ତିି ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.