Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ଅଧ୍ୟକ୍ଷଙ୍କୁ ଦାବିପତ୍ର

ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ଅଧ୍ୟକ୍ଷଙ୍କୁ ଦାବିପତ୍ର

28

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୁଲାଇ ମାସକୁ ଭଦ୍ରକ ମହାବିଦ୍ୟାଳୟ ୭୫ ବର୍ଷରେ ପାଦ ଦେବାକୁ ଯାଉଛି । ଏହି ବର୍ଷ ହୀରକ ଜୟନ୍ତୀ ପାଳନ ପାଇଁ ମହାବିଦ୍ୟାଳୟର ଆଲୁମିନି ସଂଘ ଅଣ୍ଟା ଭିଡ଼ିଛି । ଏ ନେଇ ଆଲୁମିନି ପକ୍ଷରୁ ଏକ ଦାବିପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି । ଏଥି ନିମନ୍ତେ ହୀରକ ଜୟନ୍ତୀ ପାଳନ କମିଟି ନାମରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଆଜି ଅଧ୍ୟକ୍ଷ ଉମାକାନ୍ତ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ସେଥିରେ ହୀରକ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଆସନ୍ତା ୨୦୨୨ ମସିହା ଜୁଲାଇ ୬ ତାରିଖରୁ ୧୦ ତାରିଖକୁ ଦିନ ଧାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥି ସହିତ ଏ ସମ୍ପର୍କରେ ଉତ୍ସବର ଅତିଥି ସଂକ୍ରାନ୍ତରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ବେଳେ ମନ୍ତ୍ରୀ ଗତବର୍ଷ ଯେଉଁଭଳି ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍ୱ ହୋଇଥିଲା, ସେହିଭଳି କରିବାକୁ ପରାମର୍ଶ ଦେଇଥିଲେ । ଆଲୁମିନି ତଥା ହୀରକ ଜୟନ୍ତ କମିଟିର କର୍ମକର୍ତ୍ତା ମାନେ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଉତ୍ସବ ପୂର୍ବରୁ ଏହା ଘୋଷଣା କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାର ଏ ଦିଗରେ ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଡ. ଅରୁଣ ସାହୁ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଉତ୍ସବ ପାଳନ ନିମନ୍ତେ ମହାବିଦ୍ୟାଳୟ କମିଟି ତତ୍ପର ହେବାକୁ ଜୟନ୍ତୀ କମିଟି ପକ୍ଷରୁ ଜ୍ୟୋତିପ୍ରକାଶ ମହାନ୍ତି, ନିଳମାଧବ ଦାସ, ଅକ୍ଷୟ କୁମାର ଦାସ, ସୁବ୍ରତ କୁମାର ପାଲ, ସୁଧୀର କୁମାର ଦ୍ୱିବେଦୀ, ଆୟୁଷ୍ମାନ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ଅଭିଷେକ ମହାନ୍ତି, ବିଷ୍ଣୁମୋହନ ମହାପାତ୍ର, ତୀର୍ଥପ୍ରସାଦ ଦାସ, ଗୋପବନ୍ଧୁ ବାରିକ ପ୍ରମୁଖ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିବା ସହ ଏ ସଂକ୍ରାନ୍ତରେ ଆସନ୍ତା ୧୫ ତାରିଖ ଅପରାହ୍ଣ ୩ଟାରେ କଲେଜ ପରିସରରେ ଏକ ବୈଠକ କରିବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.