Home ଜିଲ୍ଲା ପରିକ୍ରମା ସାଧାରଣତନ୍ତ୍ର ଦିବସର ବିବିଧ ପ୍ରତିଯୋଗିତା ଚଳିତ ମାସ ୮ ତାରିଖରୁ ଆରମ୍ଭ ହେବ

ସାଧାରଣତନ୍ତ୍ର ଦିବସର ବିବିଧ ପ୍ରତିଯୋଗିତା ଚଳିତ ମାସ ୮ ତାରିଖରୁ ଆରମ୍ଭ ହେବ

283

ଯାଜପୁର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର   ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିବିଧ ପ୍ରତିଯୋଗିତା ମାନ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଚ୍ଥି ।  ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ  ମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ ।  ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ବାଳାଶ୍ରମ  ପଡିଆ ଠାରେ ଅନୁଷ୍ଠିତ  ଜିଲ୍ଲା ସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ପୁରସ୍କୃତ କରିବେ ।  ପ୍ରଥମ ରୁ  ଦଶମ ଶ୍ରେଣୀ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଚଳିତ  ମାସ ୮ ତାରିଖରେ, ପ୍ରଥମରୁ ମହାବିଦ୍ୟାଳୟ ସ୍ତର ପର‌୍ୟ୍ୟନ୍ତ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ ଏବଂ ଷଷ୍ଠ ରୁ ମହାବିଦ୍ୟାଳୟ ସ୍ତର ପର‌୍ୟ୍ୟନ୍ତ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଚଳିତ ମାସ ୯ ତାରିଖରେ ଅନୁଷ୍ଠିତ ହେବ ।  ସମସ୍ତ ପ୍ରତିଯୋଗିତା ଯାଜପୁର   ଜିଲ୍ଲା ସ୍କୁଲ ଠାରେ ପୂର୍ବାହ୍ନ ୧୦ ଘଟିକାରୁ ଆରମ୍ଭ ହେବ ।  ସେହିପରି ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନ ମାନଙ୍କର ଚୟନ କାର୍ଯ୍ୟକ୍ରମ ୧୦ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ ।  ଏ ସମସ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ପ୍ରତିଯୋଗୀଙ୍କ ନାମ ତାଲିକା ସଂପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର ଓ ମୋହର ସହ   ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟଳୟରେ ଚଳିତ ମାସ ୬ ତାରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ ।  ଏହି ସମୟ ସୀମା ପରେ କୈାଣସି ନାମ ଗ୍ରହଣ  କରାଯିବ ନାହିଁ  ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଚ୍ଥି ।  ପ୍ରତିଯୋଗୀ ମାନଙ୍କୁ ପ୍ରଥମ ରୁ ପଞ୍ଚମ, ଷଷ୍ଠ ରୁ ଅଷ୍ଟମ, ନବମ ରୁ ଦଶମ ଏବଂ ମହାବିଦ୍ୟାଳୟ ସ୍ତର ଭାବେ ପ୍ରତିଯୋଗିତାରେ ସୁଯୋଗ ମିଳିବ ।  ପ୍ରତିଯୋଗୀ କୈାଣସି ଗୋଟିଏ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ।  ଅପର ପକ୍ଷରେ ଚଳିତ ମାସ ୨୩ ତାରିଖରେ ସଂସ୍କୃତି ଭବନ ଠାରେ ଦିବା ୧୦ ଘଟିକାରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ।  ଅଭ୍ୟାସ ପ୍ୟାରେଡ ବାଳାଶ୍ରମ ପଡିଆ ଠାରେ ୨୨  ଓ  ୨୩ ତାରିଖ ଅପରାହ୍ନ ଘ. ୨.୩୦ ମିନିଟ  ଓ ୨୪ ତାରିଖ ପୂର୍ବାହ୍ନ ଘ. ୮.୩୦ ମିନିଟ ସମୟରେ ଅନୁୁଷ୍ଠିତ ହେବ ବୋଲି   ଜିଲ୍ଲା ସୂଚନା ଓ ଲୋକ ଅଧିକାରୀ ଅବଗତ କରାଇଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.