Home ଜିଲ୍ଲା ପରିକ୍ରମା ସାଢେ ୧୩ ହଜାର ଚାଷୀଙ୍କୁ ମିଳିବ ୪୯ କୋଟି ଟଙ୍କାର ଋଣ

ସାଢେ ୧୩ ହଜାର ଚାଷୀଙ୍କୁ ମିଳିବ ୪୯ କୋଟି ଟଙ୍କାର ଋଣ

298

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଖରିଫ ଚାଷ ପାଇଁ ଚାଷୀଙ୍କୁ ସମବାୟ ଋଣ ପ୍ରଦାନ ଏବେଠୁ ବାଟବଣା ହେବା ଦେଖାହେଲାଣି । କାରଣ କରୋନା ମାଡରେ ସମବାୟ ସଂସ୍ଥା ଘାଇଲା ହୋଇଯାଇଛି । ଚଳିତ ଖରିଫ ଋଣ ପ୍ରଦାନ ସମୟସୀମା ଜୁନ୍ ୨୬ ତାରିଖରେ ଶେଷ ହେବ । ତେବେ ଚଳିତବର୍ଷର ୪୯ କୋଟି ଟଙ୍କାର ଖରିଫ ଋଣ ଟାର୍ଗେଟ୍ ମାର୍ଚ୍ଚ ମାସ ସ୍ଥାନରେ ମଇ ୧୫ ତାରିଖରୁ ଆରମ୍ଭ ହେଲା । ହାତରେ ମାତ୍ର ଦେଢମାସ ସମୟ । ଏହି ଦେଢମାସ ମଧ୍ୟରେ ତିହିଡି ବ୍ଲକ୍‌ର ୧୬ଟି ସମବାୟ ସମିତି ୪୯ କୋଟି ଟଙ୍କାର ଋଣ ୧୩.୫୫୦ ଚାଷୀଙ୍କୁ ଦେବା ଅସମ୍ଭବ ବୋଲି ସମବାୟ ସଂପାଦକମାନେ କହିଲେଣି । ମିଳିଥିବା ତଥ୍ୟ ଅନୁଯାୟୀ ତିହିଡି ବ୍ଲକ୍‌ର ଆରସା ସୋସାଇଟିର ୫୨୦ ଜଣ ଚାଷୀଙ୍କ ପାଇଁ ୧ କୋଟି ୫୨ ଲକ୍ଷ ୭୭ ହଜାର, ଅଣ୍ଡରାଇ ସୋସାଇଟିର ୮୯୫ ଜଣ ଚାଷୀଙ୍କ ପାଇଁ ୨ କୋଟି ୮୬ ଲକ୍ଷ ୫୪ ହଜାର, ଅମୃତପୁର ସୋସାଇଟିର ୫୮୦ ଜଣ ଚାଷୀଙ୍କ ପାଇଁ ୨ କୋଟି ୧୨ ଲକ୍ଷ ୭ ହଜାର, ବାମନବିନ୍ଧା ସୋସାଇଟିର ୨୧୮୦ ଜଣ ଚାଷୀଙ୍କ ପାଇଁ ୧୦ କୋଟି ୩୩ ଲକ୍ଷ ୧୪ ହଜାର, ଭାଟପଡା ସୋସାଇଟିରୁ ୬୮୦ ଜଣ ଚାଷୀଙ୍କ ପାଇଁ ୧ କୋଟି ୫୩ ଲକ୍ଷ ୨୭ ହଜାର, ବାରସର ସୋସାଇଟିର ୧୩୯୦ ଜଣ ଚାଷୀଙ୍କ ପାଇଁ ୫ କୋଟି ୨ ଲକ୍ଷ ୬୯ ହଜାର, ବିଲଣା ସୋସାଇଟିର ୬୪୦ ଜଣଙ୍କ ପାଇଁ ୨ କୋଟି ୫୦ ଲକ୍ଷ ୯୬ ହଜାର, ଚାରିତରଫ ସୋସାଇଟିର ୭୮୦ ଜଣଙ୍କ ପାଇଁ ୩ କୋଟି ୨୨ ଲକ୍ଷ ୪୨ ହଜାର, ଗାନ୍ଧିନଗର ସୋସାଇଟିର ୧୦୦୦ ଚାଷୀଙ୍କ ପାଇଁ ୩ କୋଟି ୯୩ ଲକ୍ଷ ୬୨ ହଜାର, ଗୁଆମାଳ ସୋସାଇଟିରୁ ୧୮୦ ଜଣଙ୍କ ପାଇଁ ୪୦ ଲକ୍ଷ ୧୦ ହଜାର, ଜାମଯୋଡି ସୋସାଇଟିର ୫୨୦ ଜଣଙ୍କ ପାଇଁ ୨ କୋଟି ୧୫ ଲକ୍ଷ ୧୦ ହଜାର, ମଙ୍ଗଳପୁର ସୋସାଇଟିର ୯୨୫ ଜଣଙ୍କ ପାଇଁ ୨ କୋଟି ୮୯ ଲକ୍ଷ ୩୫ ହଜାର, ନିଶ୍ଚନ୍ତପୁର ସୋସାଇଟିର ୭୩୦ ଜଣଙ୍କ ପାଇଁ ୨ କୋଟି ୨୧ ଲକ୍ଷ ୬ ହଜାର, ନରେନ୍ଦ୍ରପୁର ସୋସାଇଟିର ୪୬୦ ଜଣଙ୍କ ପାଇଁ ୧ କୋଟି ୫୦ ଲକ୍ଷ ୭୯ ହଜାର, ପାଳିଆବିନ୍ଧା ସୋସାଇଟିର ୯୮୦ ଜଣଙ୍କ ପାଇଁ ୨ କୋଟି ୯୩ ଲକ୍ଷ ୫୦ ହଜାର, ଶ୍ୟାମସୁନ୍ଦରପୁରର ୧୦୯୦ ଜଣଙ୍କ ପାଇଁ ୩ କୋଟି ୮୨ ଲକ୍ଷ ୬୨ ହଜାର ଟଙ୍କା ଋଣ ଦିଆଯିବ । ତିହିଡି ବ୍ଲକ୍‌ର ୧୬ଟି ସମବାୟ ସୋସାଇଟି ଜରିଆରେ ୧୩.୫୫୦ ଜଣ ଚାଷୀଙ୍କୁ ମୋଟ ୪୯ କୋଟି ଋଣ ଦିଆଯିବାକୁ ଟାର୍ଗେଟ ହୋଇଛି । ଚଳିତ ୨୦୨୦-୨୧ ବର୍ଷରେ ଖରିଫ ଚାଷ ପାଇଁ ୪୯ କୋଟିର ଋଣ ସଫଳ ହେବା ନେଇ ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.