Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ପ୍ରାଥମିକ ସମବାୟ ସମିତି ସଭାପତି ସଂଘ ଗଠିତ

ଭଦ୍ରକ ଜିଲା ପ୍ରାଥମିକ ସମବାୟ ସମିତି ସଭାପତି ସଂଘ ଗଠିତ

12

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରଥମ ଜିଲା ଭାବେ ଭଦ୍ରକ ଜିଲା ସଭାପତି ସଂଘ ଗଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଆୟୋଜିତ ଭଦ୍ରକ ଜିଲା ସମବାୟ ସମିତି ସଫଳତା ସହ ସଂପନ୍ନ ହୋଇଛି । ବସନ୍ତିଆ ସମବାୟ ସମିତି ସଭାପତି ବସନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର ଯୋଗଦେଇ ଭଦ୍ରକରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ନିଶ୍ଚୟ ସଫଳ ହେବ ବୋଳି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ବୋର୍ଡ ଡାଇରେକ୍ଟର, ଯୋଗେନ୍ଦ୍ର ଘଡାଇ, ପ୍ରକାଶଜ୍ୟୋତି ମହାକୁଡ, ନିରଞ୍ଜନ ଦାସ, ଦଶରଥ ଜେନା ଯୋଗଦେଇ ସଭାପତିମାନେ ଭୋଗୁଥିବା ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ପରେ ସର୍ବସମ୍ମତି ଭାବେ ଏକ କୋର୍ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ତଥା ବରଣ୍ଡୁଆ ସମବାୟ ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳ, ମଳୟ ଜେନା, ହରେକୃଷ୍ଣ ପାଢୀ, ଚିତ୍ତରଂଜନ ରାଉତ, ବସନ୍ତ ବେହେରା, ପ୍ରଶାନ୍ତ ଦାସ, ଜୟନ୍ତ କୁମାର ସାହୁ, ଜିତେନ୍ଦ୍ର ବିଶ୍ୱାଳ, ଭାସ୍କର ନାୟକ, ଏମ୍‌ଡି ଫ।।ରୁକ୍ ଆଲାମ, ମନୋରଂଜନ ସାହୁ, ସନ୍ଦୀପ ସ୍ୱାଇଁ, ରୀତାଞ୍ଜଳି ତ୍ରିପାଠୀ, ଆଦିକନ୍ଦ ନାୟକଙ୍କୁ ମନୋନୀତ କରାଯାଇଥିଲା । ସେହିଭଳି ରାହାଞ୍ଜ ସମବାୟ ସମିତିର ସଭାପତି ତପନ କୁମାର ପଣ୍ଡାଙ୍କୁ ସଂଯୋଜକ ଭାବେ ମନୋନୀତ କରାଗଲା । ଭଦ୍ରକ ଜିଲାର ୫ ଜଣ ଡାଇରେକ୍ଟରଙ୍କୁ ଉପଦେଷ୍ଟା ମଣ୍ଡଳୀରେ ରଖାଯାଇଛି । ଶେଷରେ ଚଣ୍ଡିଗାଁ ସଭାପତି ବିକାଶ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.