Home ଜିଲ୍ଲା ପରିକ୍ରମା “ସାଇବର ଅପରାଧ ବିପକ୍ଷରେ ଶିଶୁ” ଶୀର୍ଷକ ଆଲୋଚନା, ସଚେତନତା ହିଁ ରକ୍ଷାକବଚ

“ସାଇବର ଅପରାଧ ବିପକ୍ଷରେ ଶିଶୁ” ଶୀର୍ଷକ ଆଲୋଚନା, ସଚେତନତା ହିଁ ରକ୍ଷାକବଚ

55

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର ପରିସ୍ଥିତିରେ ଅନଲାଇନ୍‌ର ବହୁଳ ବ୍ୟବହାର ସକାଶେ ଅନେକ ସମୟରେ ଆମେ ସାଇବର ଅପରାଧର ସମ୍ମୁଖୀନ ହୋଇଆସୁଛନ୍ତି । ଅଜଣା, ଅପରିଚିତ ବ୍ୟକ୍ତିଙ୍କ ସହ ସଂପର୍କ ସ୍ଥାପନ ଓ ଭ୍ରମତା ହିଁ ଏହି ଅପରାଧର ହିଁ ମୂଳ ଆଧାର । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି, ଅନେକ ସମୟରେ କୋମଳମତି ଶିଶୁ ମଧ୍ୟ ଏହି ସାଇବର ଅପରାଧର ସମ୍ମୁଖୀନ ହୋଇ ମାନସିକ ସ୍ତରରେ ଭାଙ୍ଗିପଡୁଛନ୍ତି । ଏଣୁ ଏହି ଅପରାଧକୁ ରୋକିବା ସହ ଏହାର ଚକ୍ରବ୍ୟୁହରେ ନପଡିବା ପାଇଁ ଆଜି ଭଦ୍ରକ ଜିଲା ପୁଲିସ୍ କାର୍ଯ୍ୟାଳୟ ପରିସରରେ ‘ସାଇବର ଅପରାଧ ବିପକ୍ଷରେ ଶିଶୁ’ ଶୀର୍ଷକ ଆଲୋଚନା ସଭା ଜିଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ମର୍ମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଉପ ଆରକ୍ଷୀ ଅଧୀକ୍ଷକ ପୁଷ୍ପଲତା ବାରିକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ, ସଦସ୍ୟ ଅମର ବାରିକ, ନବୀନ ଚନ୍ଦ୍ର ସାହୁ, ମୌସୁମୀ ମାଇତି, ଭାରତୀ ଦାଶଙ୍କ ସମେତ ବିଷୟ ବିଶାରଦ ରୂପେ କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଜେନା, ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଜିଲା ଅପରାଧ ଶାଖାର ନିରୀକ୍ଷକ ବନ୍ଦନା ଦେବୀ ପ୍ରମୁଖ ଯୋଗଦାନ କରି ସାଇବର ଅପରାଧ କବଳରେ ଆମ୍ଭେ କିପରି ବଶବର୍ତ୍ତୀ ହେଉଛନ୍ତି ଓ ସେଥିପ୍ରତି ଆମେ କିଭଳି ସତର୍କ ଓ ସଚେତନ ହେବା, ସେ ସଂପର୍କରେ ଟିପ୍ପଣୀ ଦେଇଥିଲେ ।

କେବଳ ସଚେତନତା ହିଁ ରକ୍ଷା କବଚ ବୋଲି ବିଭିନ୍ନ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇ ସାଧନବ୍ୟକ୍ତି ପ୍ରମୁଖ ଆଲୋଚନାରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଭିନ୍ନ ଥାନାରେ ଥିବା ମହିଳା ଓ ଶିଶୁ ପୁଲିସ୍ ଅଧିକାରୀ ବିଭିନ୍ନ ଶିଶୁ ଅନୁଷ୍ଠାନର ଅଧୀକ୍ଷକ, ପରାମର୍ଶ ଦାତା, ପରାମର୍ଶ ଅଧିକାରୀ, ସାମାଜିକ କର୍ମୀ, ଆଇନ୍‌ଜୀବୀ, ସ୍ୱେଚ୍ଛାସେବୀ ସଂଗଠନ, ବିଭିନ୍ନ ବିଭାଗୀୟ ଅଂଶୀଦାର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ଶାଖାର ବିଶ୍ୱ ନାରାୟଣ ପଣ୍ଡା, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାସ, ଧୀରଜ ବାରିକ, ଚିନ୍ମୟ ପଣ୍ଡାଙ୍କ ସମେତ ବିଜୟ ଜେନା, ଲିପିକା ପଣ୍ଡା, ମନୋଜ ସାହୁ, ଧନଞ୍ଜୟ ଜେନା, ଜ୍ୟୋତିପ୍ରକାଶ ପତି, ଅରବିନ୍ଦ ସେଠୀ, ସସ୍ମିତା ନାୟକ ପ୍ରମୁଖ ସହଯୋଗ କରିଥିଳେ । ଶେଷରେ ଶିଶୁ ସୁରକ୍ଷା ଶାଖାର ସୁରକ୍ଷା ଅଧିକାରିଣୀ (ଅଣ ଆନୁଷ୍ଠାନିକ) ସ୍ୱାଗତିକା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.