Home ଜିଲ୍ଲା ପରିକ୍ରମା ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ନୂଆଖାଇ ପାଳନ

ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ନୂଆଖାଇ ପାଳନ

23

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠମାନେ ସମାଜର ଦିଗଦର୍ଶକ । ବରିଷ୍ଠମାନେ ଆନନ୍ଦରେ ଜୀବନ ଯାପନ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାକୁ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ବୈଠକରେ ଆହ୍ୱାନ ଦିଆଯାଇଛି । ଦିବ୍ୟମ ଠାରେ ବରିଷ୍ଠ ନାଗରିକ ମହାସଂଘର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ଅକ୍ଟୋବର ୧ ତାରିଖ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ବୈଠକରେ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ନିବେଦନ କରାଯାଇଥିଲା । ଚଳିତ ବର୍ଷ ଶୃଙ୍ଖଳାର ସହ ବରିଷ୍ଠ ନାଗରିକ ଦିବସ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ଦିଆଯାଇଥିଲା । ଏହି ଦିବସକୁ ବ୍ଲକସ୍ତରରେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଧାମନଗର, ବନ୍ତ, ତିହିଡ଼ି, ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି ବ୍ଲ ସଂଘର ବରିଷ୍ଠ ନାଗରିକମାନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ବ୍ଲକସ୍ତରରେ ବରିଷ୍ଠ ନାଗରିକମାନଙ୍କର ସମସ୍ୟାର ସମାଧାନ ପାଇଁ ଥାନାମାନଙ୍କରେ ଏକ ହେଲ୍ପ ଡ଼େସ୍କ ପ୍ରତିଷ୍ଠା ପାଇଁ ମତ ପ୍ର୍ରକାଶ ପାଇଥିଲା । ଅନୁଷ୍ଠିତ ବୈଠକରେ ଶଚିକାନ୍ତ ପଣ୍ଡା, ଇନ୍ଦ୍ରମଣି ପଣ୍ଡା, ସୁଧାକର ରାଉତ, ବୈଲଚନ ବେହୁରିଆ, ଡ଼ା. ହକିମୁଦ୍ଦିନ ଖାଁ, ରାମଚନ୍ଦ୍ର କର, ବିଭୂତି ସେନାପତି, ଶାନ୍ତିଲତା ବାରିକ, ଡ଼ା.ଦୁର୍ଯ୍ୟେଧନ ଦାସ, ରଙ୍ଗବଲ୍ଲଭ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.