Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : କଂଗ୍ରେସରୁ ଛାଡିଲେ ହାତ ବିଜେଡିର ଫୁଙ୍ଖିଲେ ଶଙ୍ଖ

ଭଣ୍ଡାରିପୋଖରୀ : କଂଗ୍ରେସରୁ ଛାଡିଲେ ହାତ ବିଜେଡିର ଫୁଙ୍ଖିଲେ ଶଙ୍ଖ

92

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜେଡିର ସୁପ୍ରିମୋ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ଏହି ଜିଲାର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ ସହିତ ନିର୍ମଳ ଭାବମୂର୍ତ୍ତି ଏବଂ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ସାଙ୍ଗଠନିକ ଦକ୍ଷତାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରି ବହୁ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥି ଉପଲକ୍ଷେ ଆଜି ବିଧାୟକ ଶ୍ରୀ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ତାଙ୍କର ପ୍ରତିନିଧି ଶ୍ରୀ ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ଗୋବିନ୍ଦପୁର ସରପଞ୍ଚଙ୍କ ପ୍ରତିନିଧି ଭବେନ୍ଦ୍ର ସାହୁ, ଜିଲା ଯୁବ ବିଜେଡି ସଂପାଦକ ବିରଞ୍ôଚ ନାରାୟଣ ରାଉତଙ୍କ ନେତୃତ୍ୱରେ ଓ କରୁଣାକର ଦାସ, ଗୋପିନାଥପୁର ପଂଚାୟତର ସଭାପତି ଗୋବିନ୍ଦ ସାହୁ, ପ୍ରିୟବ୍ରତ ଜେନା, ୱାର୍ଡମେମ୍ବର ଗୋପବନ୍ଧୁ ଜେନା ଓ ବଟକୃଷ୍ଣ ଜେନାଙ୍କ ଉପସ୍ଥିତିରେ ତାଜିପୁରର ପୂର୍ବତନ ୱାର୍ଡ ମେମ୍ବର ପ୍ରେମାନିଧି ଦାସ ଓ ରତ୍ନାକର ଖଟୁଆଳ, ଗୋପିନାଥପୁରର ଭାବଗ୍ରାହୀ ସାହୁ, ଭରତ ନାୟକ, ଗୋପବନ୍ଧୁ ସାହୁ, ସନାତନ ଜେନା, ମଧୁ ମହାପାତ୍ର, ସନାତନ ସାହୁ, ପ୍ରଦୀପ ସାହୁ, ମୁକ୍ତିକାନ୍ତ ବେହେରା, ଗଣେଶ ମୁଣ୍ଡା ପ୍ରମୁଖ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ଏମାନଙ୍କ ମିଶ୍ରଣ ଫଳରେ ବିଜେଡି ଦଳ ଏହି ନିର୍ବାଚନ ମଣ୍ଡଳୀରେ ଅଧିକ ଶକ୍ତିଶାଳୀ ହେବା ସହ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଆଗେଇନେବାରେ ସହାୟକ ହେବେ ବୋଲି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ଏମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.