Home ଓଡ଼ିଶା ସାଂସଦ ଓ ବିଧାୟକ ଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

ସାଂସଦ ଓ ବିଧାୟକ ଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

135

ମାଲକାନଗିରି,୪ା୬ (ଓଡିଆ ପୁଅ ) ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ଜିଲ୍ଲାପରିଷଦ ସଭ୍ୟା ଦହନା ଟାଙ୍ଗୁଲ,ସମତି ସଭ୍ୟ ଡାନେଲ ପଟଲା,ବିଜେଡି ନେତା ସବ ର୍କୁମାର ବିଷୋୟୀ ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ କେନ୍ଦୁଗୁଡା ଗ୍ରାମପରିଦର୍ଶନ କରି ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ପରଖିଛନ୍ତି । ଗତ ତିନିମାସ ଭିତରେ ଗୋଟିଏ ଗାଁରେ ଲଗାତର ଭାବେ ୧୭ଜଣଙ୍କର ମୃତ୍ୟୁ ହେବା ଘଟଣାର ପ୍ରକୃତ କାରଣ କଣ ,ଏହା କେଉଁ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଗ୍ରାମବାସୀ ମାନଙ୍କର ମୃତ୍ୟୁଘଟୁଛି ତାହାର ସଠିକ ଭାବେ ଅନୁଧ୍ୟାନ କରିବା ସହ କେନ୍ଦୁଗୁଡା ଗ୍ରାମରେ ସ୍ୱତନ୍ତ୍ରଭାବେ ଏକ ଡାକ୍ତରରୀ ଦଳ କ୍ୟାମ୍ପକରି ଗ୍ରାମବାସୀ ମାନଙ୍କୁ ଉତମସ୍ୱାସ୍ଥ ସେବା ଯୋଗାଇ ଦେବାନିମନ୍ତେ ସାଂସଦ ଶ୍ରୀ ମାଝୀ ସ୍ୱାସ୍ଥ୍ୟବିଭାଗକୁ କହିଛନ୍ତି । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନାରୋଗ ଆରମ୍ଭ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟି ମୃତ୍ୟୁସଂଖ୍ୟା୧୭କୁ ଟପିଲାଣି । ଆକ୍ରାନ୍ତ ରୋଗୀ ମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି, କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଜଣାପଡିଛି । ଏହି ଅଚିହ୍ନାରୋଗ ଗ୍ରାମରେ ବ୍ୟାପି ଥିବାରୁ ଆଦିବାସୀ ଗ୍ରାମବାସୀ ମାନେ ଭୟଭିତ ହୋଇ ଦିଶାରୀ ଗୁଣିଆ ପାଖକୁ ଯାଇ ଆକ୍ରାନ୍ତ ମାନଙ୍କୁ ଝଡା ଫୁଙ୍କାକରୁଥିବାର ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗ୍ରାମରେ ଅଚିହ୍ନାରୋଗରେ ତିନିମାସ ମଧ୍ୟରେ ପ୍ରାୟ ୧୭ଜଣଙ୍କର ମୃତ୍ୟୁ ହୋଇଥିବାର ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରାକାଶ ପାଇ ସେହିଗ୍ରାମରେ ଡାକ୍ତରୀ ଦଳ ପହଁଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଦେଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.