Home ଜିଲ୍ଲା ପରିକ୍ରମା ଆଜି ଆଉ ୯ ଆକ୍ରାନ୍ତ ଚିହ୍ନଟ : ସଂପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

ଆଜି ଆଉ ୯ ଆକ୍ରାନ୍ତ ଚିହ୍ନଟ : ସଂପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

189

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୯ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୦୬ଜଣ ସୁସ୍ଥ ହୋଇ ସାରିଛନ୍ତି । ବାକି ୨୬ଜଣ ଚିକିତ୍ସାଧିନ ଅଛନ୍ତି । ଏହି ଆକ୍ରାନ୍ତମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ ଏମାନେ ତାମିଲନାଡୁ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁରୁ ଆସିଥିବା ପ୍ରବାସୀଙ୍କ ସମତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି । ଚିହ୍ନଟ ହୋଇଥିବା ଅଞ୍ଚଳ ତଥା ଏମାନେ ରହୁଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ କଣ୍ଟେନମେଣ୍ଟ ଓ ବଫରଜୋନ ଭାବେ ଘୋଷଣା କରିଛନ୍ତି । ନୂତନ ଭାବେ ଘୋଷିତ କଣ୍ଟେନମେଣ୍ଟ ଓ ବଫର ଜୋନ ଗୁଡିକ ହେଲା ଚାନ୍ଦବାଲି ବ୍ଳକର ଗୋବିନ୍ଦପୁର ହାଇସ୍କୁଲ କଣ୍ଟେନମେଣ୍ଟ ଓ ବିଜୟନଗର ପଞ୍ଚାୟତ ବଫର ଜୋନ । ଭଣ୍ଡାରିପୋଖରୀ ବ୍ଲକର ଶଙ୍ଖୁଳା କଳ୍ପତରୁ ହାଇସ୍କୁଲ ଓ ଚିଙ୍ଗୁଡିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ ହୋଇଥିବା ବେଳେ ନାଆମୀ ପଞ୍ଚାୟତ ଓ ବିଷ୍ଣୁପୁର ପଞ୍ଚାୟତ ବଫର ଜୋନ ଘୋଷିିତ ହୋଇଛି । ସେହିପରି ଭଦ୍ରକ ବ୍ଲକର ବାଣିତିଆ ପଞ୍ଚାୟତର ବି.ଜେ. ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ଓ ବାଣିତିଆ ପଞ୍ଚାୟତ ବଫରଜୋନ । ଧାମନଗର ବ୍ଳକର ନଦୀଗାଁ ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ହୋଇଥିବା ବେଳେ ନଦୀଗାଁ ପଞ୍ଚାୟତ ବଫର ଜୋନ ଏବଂ ଧାମନଗର ଏନ୍‌ଏସି ଅଧିନ ତାଳପଦା କଲ୍ୟାଣ ମଣ୍ଡପ କଣ୍ଟେନମେଣ୍ଟ ଜୋନ ଓ ୱାର୍ଡ ନଂ ୭ ବଫରଜୋନ ଘୋଷିତ ହୋଇଛି । କଣ୍ଟେନମେଣ୍ଟ ଓ ବଫରଜୋନର ସମସ୍ତ ଅଧିବାସୀଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଏହି ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.