Home ଜିଲ୍ଲା ପରିକ୍ରମା ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

39

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶୁକ୍ରବାର ଭଦ୍ରକ ବ୍ଳକ ଅଧିନସ୍ଥ ଜଗଦଳପୁର ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍ଘାଟନ କରିଛନ୍ତି। ରାଣୀତାଲ ଠାରେ ପ୍ରଥମେ ଟ୍ରକ ଓ ହାଇଓ୍ୟା ଆସୋସିଏସନର ଉଦ୍ଘାଟନ କରିଥିବାବେଳେ, ଟ୍ରକ ଆସୋସିଏସନର ସଭାପତି ବିଜୟ ମହାପାତ୍ର ଓ ସମ୍ପାଦକ ବ୍ରଜ କିଶୋର ମହାପାତ୍ର ବିଧାୟକଙ୍କୁ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କୃତଞ୍ଜତା ଜଣାଇଥିଲେ। ପରେ ଉଭୟ ସାଂସଦ ଓ ବିଧାୟକ ସରସତିଆ ଓ ତଗିରା ଅଙ୍ଗନବାଡି କେନ୍ଦ୍ର, ଜଗଦଳପୁର ଠାରେ ୧୦ଲକ୍ଷ ଟଙ୍କାର ଗ୍ରାମୀଣ ପାର୍କ, ପ୍ରାଇମେରୀ ଓ ତଗିରା ସ୍କୁଲ ପ୍ରାଚୀର, ଜଗଦଳପୁର ଗୋପାଳି ଓ ବାହାଦଲପୁରର କ କମ୍ୟୁନିଟି ସେଣ୍ଟର ଉଦ୍ ଘାଟନ କରିଥିଲେ। ପରେ କାନ୍ତକବି ପ୍ରାଥମିକ ବିଦ୍ୟାଳୟ ଗୃହର ଶୁଭ ଦେବା ସହ ବିଧାୟକଙ୍କ ପାଣ୍ଠିରୁ ସାତ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା କାନ୍ତକବି ହାଇସ୍କୁଲ ଘରର ଭିତ୍ଥିପ୍ରସ୍ତର ସ୍ଥାପନ କରିଥିଲେ।।ଏହି କ୍ରମରେ କାନ୍ତକବି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ୱରେ ଅବୁଷ୍ଠିତ ଏକ ସଭାରେ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀ ମଲ୍ଲିକ, ପ୍ରାକ୍ତନ ସରପଞ୍ଚ ବିଜୟ ମହାପାତ୍ର ଓ ବିଦ୍ୟାଳୟକୁ ନୂଆ ରୂପ ଦେଇଥିବା ସମାଜସେବୀ ବଙ୍କ ବିହାରୀ ରାଉତଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନିରାକାର ଜେନା, ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତୀ ନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ଉମାକାନ୍ତ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଜତିନ୍ଦ୍ର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଉମାକାନ୍ତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.