Home ଜିଲ୍ଲା ପରିକ୍ରମା ଆନ୍ଦୋଳନରେ ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି, ପ୍ରତ୍ୟେକ ଜିଲାରୁ କୃଷକ ପ୍ରତିନିଧିଙ୍କ ଦିଲ୍ଲୀଯାତ୍ରା ନିଷ୍ପତି

ଆନ୍ଦୋଳନରେ ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି, ପ୍ରତ୍ୟେକ ଜିଲାରୁ କୃଷକ ପ୍ରତିନିଧିଙ୍କ ଦିଲ୍ଲୀଯାତ୍ରା ନିଷ୍ପତି

34

ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦୀର୍ଘ ୨୪ ଦିନଧରି ଦିଲୀରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ମଧ୍ୟରୁ ପ୍ରବଳ ଥଣ୍ଡାରେ ୩୦ଜଣଙ୍କର ମୃତ୍ୟୁ ହେବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନ କ୍ରମେ ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବାଲେଶ୍ୱର ସହରର ଫାଣ୍ଡିଛକଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ନାରୀନେତ୍ରୀ ବନ୍ଦନା ବିଶ୍ୱାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ କଳା କୃଷିଆଇନ୍‌ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରମିକ ନେତା ଭାଗବତ ପ୍ରତିହାରୀ, ଶିଶିର ହୁଇ, ନିର୍ମଳ ନାୟକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶଶିକାନ୍ତ ବେହେରା, ଯତୀନ ପାତ୍ର, ମନ୍ମଥ ନାୟକ, ଭରତ ଚନ୍ଦ୍ର ସେଠୀ, ନିକୁଞ୍ଜ ବସନ୍ତ ରାୟ, ପ୍ରଦୀପ୍ତ ସାହୁ, ସୁରଜିତ୍ ପୋଥାଳ ପ୍ରମୁଖ ଏଥିରେ ଯୋଗଦେଇ ଦେଶର କୃଷକ ସମାଜଙ୍କ ହିତରେ ଜୀବନ ହାରିଥିବା ୩୦ ଜଣ ଚାଷୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଚାଷୀଙ୍କର ଏହି ତ୍ୟାଗ କେବେ ବି ବିଫଳ ଯିବନାହିଁ ବୋଲି ସେମାନେ କହିଥିଲେ। ସରକାର ନୂତନ କୃଷି ଆଇନ୍ ଓ ବିଦ୍ୟୁତ୍ ଆଇ ପ୍ରତ୍ୟାହାର ନ କଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବକ୍ତାମାନେ କହିଥିଲେ। ବିଜେପି ଓ ଆରଏସଏସ ବ୍ୟତୀତ ଦେଶର ସମସ୍ତ ରାଜନୈତିକ ଦଳ ଓ ଗଣ ସଂଗଠନଙ୍କ ସମେତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇ ଚାଲିଛନ୍ତି। ଦେଶର କୋଣ ଅନୁକୋଣରୁ ଏହି ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲାରୁ ଅତିକମ୍‌ରେ ୫ ଜଣ ଲେଖାଏଁ ଚାଷୀନେତା ଦିଲୀ ଯିବାପାଇଁ ନିଷ୍ପତି ନିଆଯାଇଥିବା ସଂଘର୍ଷ ସମିତି ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରୁ ଏବେ ଚାଷୀନେତାଙ୍କ ସୁଅ ଦିଲୀକୁ ପଡ଼ିଛି। ଖୁବଶୀଘ୍ର କେନ୍ଦ୍ର ସରକାର ନିଜର ଭୁଲ ବୁଝିବା ସହିତ ଏହି କଳା କୃଷି ଆଇନ୍‌କୁ ପ୍ରତ୍ୟାହାର କରିବେ ବୋଲି ଶ୍ରମିକନେତା ଓ ଚାଷୀନେତାମାନେ ଆଶା ପ୍ରକଟ କରିଥିଲେ। ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ଓ ଶ୍ରମିକ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.