Home ଓଡ଼ିଶା ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

178

ନୟାଗଡ଼, ୨୦ା୨(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଜାମ୍ମୁ କାଶ୍ଚୀରର ପଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସହୀଦ ହୋଇଥିବା ୪୪ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁକୁ ନେଇ ନୟାଗଡ଼ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ଏପରି ହିଂସାକୁ ଚାରିଆଡ଼େ ପ୍ରତିବାଦର ସ୍ୱର ଜୋରଦାର ହୋଇଥିବାବେଳେ ପ୍ରତିଶୋଧର ଦାନା ମଧ୍ୟ ବାନ୍ଧିଛି। ସହିଦମାନଙ୍କର ଅମରଆତ୍ମାର ସଦ ଗତି ନିମନ୍ତେ ସବୁଠି ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ‘ପ୍ରମେୟ’ ଖବରକାଗଜ ପକ୍ଷରୁ ତ୍ରିନାଥଛକ ନିକଟ ରାମ ମନ୍ଦିରଠାରେ ମହମବତୀ ପ୍ରଜ୍ଜ୍ୱଳନ କରାଯାଇ ସହିଦମାନଙ୍କ ଅମରଆତ୍ମାର ସଦ ଗତି କାମନା କରାଯାଇଛି। ପ୍ରମେୟର ଜିଲ୍ଲା ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅଗଣିତ ପ୍ରମେୟ ପାଠକ, ଶୁଭେଚ୍ଛୁ ସମବେତ ହୋଇ ରାମ ମନ୍ଦିରରେ ଏକ ଶୋକସଭା କରିବା ସହିତ ଅଖଣ୍ଡ ଦୀପ ଲଗାଇଥିଲେ ଏବଂ ନୀରବ ପ୍ରାର୍ଥନା କରିଥିଲେ। ପରେ ପରେ ନୟାଗଡ଼ ସହରରେ ମହମବତୀ ଶୋଭାଯାତ୍ରା କରିଥିଲେ। ସେହିପରି ନୟାଗଡ଼ ବଣିକ ସଂଘ ତରଫରୁ ମହମବତୀ ଶୋଭାଯାତ୍ରା କରାଯାଇଥିବଳାବେଳେ ମାଙ୍କପଲ୍ଲୀ କ୍ଳବ ତରଫରୁ ମଧ୍ୟ ଅମର ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.