Home ଜିଲ୍ଲା ପରିକ୍ରମା ସହରାଞ୍ଚଳ ବିକାଶ ସମ୍ପର୍କିତ କ୍ଲଷ୍ଟରସ୍ତରୀୟ ସମୀକ୍ଷା

ସହରାଞ୍ଚଳ ବିକାଶ ସମ୍ପର୍କିତ କ୍ଲଷ୍ଟରସ୍ତରୀୟ ସମୀକ୍ଷା

18

ବାଲେଶ୍ୱର, ୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉତ୍ତର ଓଡିଶାର ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ କେନ୍ଦୁଝରର ପ୍ରଭୃତି ୪ ଜିଲ୍ଲାର ସହରାଞ୍ଚଳ ବିକାଶ ସମ୍ପର୍କିତ କ୍ଲଷ୍ଟରସ୍ତରୀୟ ସମୀକ୍ଷା ବୈଠକ ବାମପଦାସ୍ଥିତ ନୋସି ବିଜନେସ୍ ପାର୍କ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ୪ଜିଲ୍ଲାର ୧୭ଟି ସହରାଞ୍ଚଳରେ ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ଯୋଜନା ଏବଂ ପ୍ରକଳ୍ପ ବାବଦରେ ସମୀକ୍ଷା କରାଯାଇଥିଲା। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାତନନ ଏଥିରେ ଯୋଗଦେଇ ସହରାଂଚଳଗୁଡିକରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଲକ୍ଷ୍ୟ ହାସଲ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତେବେ ସ୍ଥାନୀୟ ପୌର ପ୍ରଶାସନ ନିକଟରେ ଆବଶ୍ୟକୀୟ ଦକ୍ଷ ମାନବ ସମ୍ବଳ ନ ଥିଲେ ଅନ୍ୟାନ୍ୟ ବିଭାଗର ଯୋଗ୍ୟ ଅଧିକାରୀଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରାଯାଇ ଲକ୍ଷ୍ୟ ହାସଲ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜାଗା ମିଶନ, ବସ୍ତି ଉନ୍ନତିକରଣ, ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ ପ୍ରଦାନ, ମିଶନ ଶକ୍ତି ଓ ପରିଚୟ ଗୃହ ନିର୍ମାଣ, ସହରାଂଚଳ ବସ୍ତିଗୁଡିକୁ ଆଦର୍ଶ କଲୋନୀର ପରିଣତ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ, ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏମସିସି ଓ ଏମଆରଏଫ ସ୍ଥାପନ, ଖୋଲା ଜାଗା ଉନ୍ନତିକରଣ ଓ ପାର୍କ ସ୍ଥାପନ ଇତ୍ୟାଦି ଉପରେ ସେ ଜିଲ୍ଲା ଓ ୟୁଏଲବି ୱାରୀ ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ଅଭିଭାଷଣ ପ୍ରଦାନ ସହିତ ସହରାଂଚଳ ବିକାଶ ଓ ଯୋଜନା ପ୍ରଣୟନ କ୍ଷେତ୍ରରେ ଓଡିଶା ଏବେ ଦେଶରେ ଏକ ମଡେଲ ହୋଇପାରିଥିବା ମତବ୍ୟକ୍ତ କରିଥିଲେ। ପରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନଗର ଉନ୍ନୟନ ବିଭାଗରୁ ଆସିଥିବା ଉପଶାସନ ସଚିବ ସାରଦା ପ୍ରସାଦ ପଣ୍ଡା, ଯୁଗ୍ମ ଶାସନ ସଚିବ ପ୍ରଭାତ କୁମାର ମହାପାତ୍ର, ଅତିରିକ୍ତ ଶାସନ ସଚିବ କଲ୍ୟାଣ କୁମାର ରଥ ପ୍ରମୁଖ ଟ୍ୟାକ୍ସ ଆଦାୟ, ସ୍ୱଚ୍ଛ ସର୍ବେକ୍ଷଣ, ଉନ୍ନତି ଯୋଜନା, ୱେଲଥ୍ ସେଂଟର ପରିଚାଳନା, ଏଲଇଡି ଲାଇଟ୍ ଆଲୋକୀକରଣ ଇତ୍ୟାଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ପିଡି-ଡୁଡା, ଭଦ୍ରକ ଶ୍ରୀ ମଧୁସୂଦନ ଦାସ, ପିଡି-ଡୁଡା, କେନ୍ଦୁଝର ଘାସିରାମ ମୁର୍ମୁ, ପିଡି-ଡୁଡା, ମୟୁରଭଞ୍ଜ ଭବେଶ କୁମାର ନାୟକ, ପିଡି-ଡୁଡା, ବାଲେଶ୍ୱର ରବୀନ୍ଦ୍ର କୁମାର ସାହୁଙ୍କ ସମେତ ୪ଟି ଜିଲ୍ଲାର ସମସ୍ତ ସହରାଂଚଳର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.