Home ଜିଲ୍ଲା ପରିକ୍ରମା କୋଶମ୍ବ ସାହିତ୍ୟ ପରିଷଦ ବାର୍ଷିକ ଉତ୍ସବ ୧୪ରେ

କୋଶମ୍ବ ସାହିତ୍ୟ ପରିଷଦ ବାର୍ଷିକ ଉତ୍ସବ ୧୪ରେ

75

ବାଲେଶ୍ୱର, ୨ା୨(ଓଡ଼ିଆ ପୁଅ/ଅଭୟ ଦାସ): କଶୋମ୍ବ ସାହିତ୍ୟ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ସମ୍ପର୍କିତ ଏକ ବୈଠକ ଚାନ୍ଦିପୁରସ୍ଥିତ ମିର୍ଜାପୁର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କବି ଇନାୟତ ଅଲି ଖାଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ କବି ଗଗନ ସେଠୀ, ସହ-ସମ୍ପାଦକ କବି ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧି ପାଇଁ ଏହି ସଂଗଠନ ପ୍ରତିଷ୍ଠା ହୋଇଥିବା କହିଥିଲେ। ସାହିତ୍ୟ ଚର୍ଚ୍ଚାକୁ କେବଳ ସହର ମଧ୍ୟରେ ସୀମିତ ନ ରଖି ଗ୍ରାମାଞ୍ଚଳରେ ସାରସ୍ୱତ କ୍ଷେତ୍ରର ବିକାଶ ପାଇଁ ପ୍ରୟାସ କରିବା ଉଚିତ ବୋଲି ସେମାନେ କହିଥିଲେ। ଚଳିତ ମାସ ୧୪ ତାରିଖ ସଂଧ୍ୟାରେ ପରିଷଦର ବାର୍ଷିକ ଉତ୍ସବ ଆୟୋଜନ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା। ମିର୍ଜାପୁର କୱାଲି ପଡ଼ିଆରେ ଏହି ଉତ୍ସବ ଅନୁଷ୍ଠିତ ହେବ। ବାଲେଶ୍ୱରର ଲୋକପ୍ରିୟ ସାରସ୍ୱତ ସାଧକଙ୍କ ସମେତ କୋଲକାତା, କଟକ ଓ ଭଦ୍ରକ ଅଞ୍ଚଳରୁ ପ୍ରତିଷ୍ଠିତ କବି ସାହିତ୍ୟିକ ଏଥିରେ ଅତିଥି ଭାବେ ଯୋଗଦେବା ପାଇଁ ସ୍ଥିର କରାଯାଇଛି। ଉତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶେଖ ମଜିବୁର, ଗୁଲଫାମ ଅଲି ସାହା, ଅଜୁ ସାହା, ଶେଖ ଆବାସ, ଶେଖ ମୁଜାଫର, ଶେଖ କସିମୁଦ୍ଦିନ, ଶେଖ ମୁକ୍ତାର, ଶେଖ ଦିଲୱାର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଉତ୍ସବର ସମ୍ଭାବ୍ୟ ସଫଳତ।।ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.