Home ଓଡ଼ିଶା ଓଡ଼ିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

62

କୋରାପୁଟରେ ସଡକ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ସହାୟତା ପ୍ରସଙ୍ଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୨ (ଓଡ଼ିଆ ପୁଅ) – କୋରାପୁଟ ଜିଲ୍ଲା କୋଟପାଡ ଥାନା ମୂର୍ତାହାଣ୍ଡିରେ ଘଟିଥିବା ସଡକ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର ହେବା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୋରାପୁଟ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ବାବଦକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ପିଏମ୍ ଜାତୀୟ ରିଲିଫ୍‌ ପାଣ୍ଠିରୁ ଅନୁମୋଦନ ଦିଆଯାଇଛି। ଓଡ଼ିଶା ଲୋକଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିବା ମୋଦି ସରକାରଙ୍କ ଏହି ଆର୍ଥିକ ସହାୟତା ପ୍ରଭାବିତ ପରିବାରକୁ ଚିକିତ୍ସା କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.