Home କେନ୍ଦ୍ରାପଡ଼ା ସହରର ସବୁରାସ୍ତାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନଶୁନ୍ୟ

ସହରର ସବୁରାସ୍ତାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନଶୁନ୍ୟ

125

କେନ୍ଦ୍ରାପଡା ୨/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)କେନ୍ଦ୍ରାପଡା ସହରର ବଡହାଟ, କାକଟ, ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ, ତିନିମୁହାଣିଛକ, ଦୁହୁରିଆ, କେଶପୁର ବଜାର, ସାନ୍ତସାହି, ମଢିଆଳ, ଇଛାପୁର, ରଥଦାଣ୍ଡ ସମେତ ୫ନମ୍ବର(କ) ଜାତୀୟ ରାଜପଥରେ ଆଜି ସକାଳ ୧୦ଟା ପରେ ଜନଶୁନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନର ବାରମ୍ବାର ଡାକବାଜି ଯନ୍ତ୍ର ଦ୍ୱାରା ନିତ୍ୟାନ୍ତ ଆବଶ୍ୟକତା ନଥିଲେ ବାହାରକୁ ନବାହାରିବା ପାଇଁ ସଚେତନତା ପ୍ରଚାର ଓ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଆଜି ସହରରେ ଏଭଳି ଜନଶୁନ୍ୟତା ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା। ସହରର ଉପରୋକ୍ତ ସ୍ଥାନ ସମେତ ଗୋବରୀ କେନାଲବନ୍ଧର ଶିରିଡି ସାଇ ମନ୍ଦିର ଓ ହନୁମାନ ମନ୍ଦିର ନିକଟରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ପାଟ୍ରୋଲିଂ କରି ଜନସାଧାରଣଙ୍କୁ ସଚେତନ କରୁଥିବା ସହ ଘରବାହାରକୁ ନଆସିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.