Home ଓଡ଼ିଶା ଆବାସ ଯୋଜନା ସାତ ସପନ

ଆବାସ ଯୋଜନା ସାତ ସପନ

206

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୪-ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ୍ କରାଯିବ କେହି ଚାଳଘରେ ରହିବେନି । ଯୋଜନାରେ କେଉଁଠି ଗଳିଆ ବାଟ ରହୁଛି କେଜାଣି ଆବାସ ଖଣ୍ଡେ ନପାଇ ଗରୀବ ନିରୀହ ଅସହାମାନେ ମେଲା କୁଡିଆ ଘରେ ପିଲାଛୁଆ ଧରି ଜୀବନ ବିତାଉଛନ୍ତି । ଗର ମିଳିବ ମିଳିବ ବୋଲି କହି ବର୍ଷ ବର୍ଷ ବିତି ଚାଲିଛି । ସେହିଭଳି ଏକ ଗରୀବ ନିରୀହ ଭୁମିହୀନ ପରିବାର ବର୍ଷ ବର୍ଷ ଧରି ଆବାସ ଖଣ୍ଡେ ପାଇଁ ଚାହିଁ ରହିଛନ୍ତି । ମିଳିବ ମିଳିବ ବୋଲି କହି ପଦ୍ମ ଘୁଂଚି ଘୁଂଚି ଯାଉଛି ।

ରଣପୁର ବ୍ଲକ୍ ର ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଶଙ୍ଖଯୋଡି ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ୮ବର୍ଷ ତଳେ ସବିତା ବେହେରାଙ୍କୁ ପ୍ରେମ ବିବାହ କରି ପଂଚାୟତ ଅଫିସ୍ ସାମ୍‌ନା ଫରେଷ୍ଟ ଅଫିସ୍ କରପଟେ ସରକାରୀ ଯାଗାରେ ମାଟି କୁଡିଆରେ ଚାଳଘର କରି ଛୋଟ ଛୁଆଟିଏ ଧରି ରହି ଆସୁଛନ୍ତି । ଆବାସ ଯୋଜନା ଖଣ୍ଡିଏ ପାଇଁ ୨ବର୍ଷ ହେଲା ଆବେଦନ କରି ଅପେକ୍ଷାରେ ଅଛନ୍ତି । ସରପଂଚଠାରୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ସବିତା ବେହେରା ନାମରେ ଆବାସ ଯୋଜନା ଆସିଛି ଦିଆଯିବ କିନ୍ତୁ କାର୍ଯ୍ୟାଦେଶ ମିଳୁନି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସବିତା ବେହେରାଙ୍କୁ ଆବାସ ଖଣ୍ଡିଏ ଯୋଗାଇ ଦେବା ପାଇଁ ସବିତା ବେହେରା କାକୁତି ମିନତି ହୋଇ ଅନୁରୋଧ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.