Home ଓଡ଼ିଶା ସହରରେ ପରିବା ଦର ଆକାଶ ଛୁଆଁ : ଖାଉଟି ହନ୍ତସନ୍ତ

ସହରରେ ପରିବା ଦର ଆକାଶ ଛୁଆଁ : ଖାଉଟି ହନ୍ତସନ୍ତ

306

ପୁରୀ, ୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଲକ୍‌ଡାଉନ ଓ ସଟ୍‌ଡାଉନ ଲାଗି ରହଥିବା ଯୋଗୁଁ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଖୁଚୁରା ବଜାରରେ ପୋଟଳ ୭୦ ଟଙ୍କା, କାଙ୍କଣ ୫୦, ଜହ୍ନି ୫୦, ଭେଣ୍ଡି ୪୦, ବାଇଗଣ ୫୦, ସଜନା ଛୁଇଁ ୧୦୦ ଟଙ୍କା କିଲପ୍ରତି ବିକ୍ରି ହେଉଥିବା ଦେଖାଯାଏ। ଲକ୍‌ଡାଉନ ପାଇଁ ସାଧାରଣ ଲୋକଙ୍କର ଆର୍ôଥକ ମାନଦଣ୍ଡ ଭୁସୁଡି ପଡିଥିବା ବେଳେ ପନିପରିବା ଦର ଖାଉଟି ମାନଙ୍କ ପାଇଁ ଏକ ଚିନ୍ତା ର ବିଷୟ ହୋଇଛି। ବଡ ନଡିଆ ଗୋଟା ୨୫ ଟଙ୍କା ରେ ମଧ୍ୟ ବିକ୍ରି ହେଉଥିବା ମଧ୍ୟ ଦେଖାଯାଏ। ବଜାରକୁ ୧୦୦ ଟଙ୍କା ନେଇ ଗଲେ ବ୍ୟାଗ ର ଗୋଟେ କୋଣ ମଧ୍ୟ ପୁରୁ ନାହିଁ। ପରିବା ଦର ନିୟନ୍ତଣ କରିବା ଦିଗରେ ଜଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ସାଧାରଣ ଖାଉଟି ମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.