Home କେନ୍ଦୁଝର ଅଟକ ଝାଡଖଣ୍ଡ ଶ୍ରମିକଙ୍କୁ ବସ କରି ପଠାଇଲା ପ୍ରଶାସନ

ଅଟକ ଝାଡଖଣ୍ଡ ଶ୍ରମିକଙ୍କୁ ବସ କରି ପଠାଇଲା ପ୍ରଶାସନ

158

ହାଟଡ଼ିହି-୬/୪, ଗତକାଲି ଠାରୁ ହାଟଡିହି ଠାରେ ଅଟକି ଥିବା ୪୦ଜଣ ଶ୍ରମିକଙ୍କୁ ପ୍ରଶାସନ ବସ ଯୋଗେ ଝାଡଖଣ୍ଡକୁ ପଠାଇଛି । ଏହି ଲୋକମାନେ ଯାଜପୁରରେ କାମ କରୁଥିବାବେଳେ ଗତକାଲି ଚାଲି ଚାଲି ବାଟବଣା ହୋଇ କେନ୍ଦୁଝର ସୀମାନ୍ତ ବସନ୍ତିଆ ପାଖରେ ପୁଲିସ ଅଟକାଇବାପରେ ତହସିଲଦାର ଓ ବିଡିଓ ଯାଇ ସେମାନଙ୍କୁ ହାଟଡିହି ହାଇସ୍କୁଲକୁ ଘେନିଆସିଥିଲେ । ଏଠାରେ ତହସିଲଦାର ଗାୟତ୍ରୀ ସୋରେନ ସେମାନଙ୍କ ରହିବା ଖାଇବା ପିଇବା ଆଦି ବ୍ୟବସ୍ଥା କରିବା ସହିତ ଏକ ବସ ଯୋଗେ ଆଜି ଅପରାହ୍ନରେ ସେମାନଙ୍କୁ ତାଙ୍କ ନିଜ ରାଜ୍ୟକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.