Home ଓଡ଼ିଶା ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା  

ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା  

61

ଯାଜପୁର୧୪ା୧୧(ଓଡିଆ ପୁଅ)ଯାଜପୁର ସମବାୟ ସମିତିର ସହକାରୀ  ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପରିସରରେ କଟକ ଜିଲ୍ଲା ସମବାୟ ସମିତି ରେଜିଷ୍ଟ୍ରାରଙ୍କ ଅଧିନରେ ଥିବା ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ଏକ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗଦେଇ ସମବାୟ ସମିତିର ଅଭ୍ୟୁଦୟ, ସମବାୟ ବିପ୍ଳବ, ବିଭିନ୍ନ ସମବାୟ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀଙ୍କ  ସଂପର୍କରେ ବକ୍ତବ୍ୟ ରଖିଥିଲେ ।  ବିଚାରକ ଓ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କୃଷି ବିଭାଗ ଅଧିକାରୀ ଶ୍ରୀଧର ଦାସ, ଅଧାପକ ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।  ପରେ ଜଗତସିଂହପୁର ଏସ୍‌.ଭି.ଏମ୍‌. ସ୍ୱୟଂଶାସିତ ମହାବିଦ୍ୟାଳୟର ଚ୍ଥାତ୍ର ଅବିନାଶ କୁମାର ଜେନା, ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ ଓ ଶୁଭ୍ରଜ୍ୟୋତି ନନ୍ଦଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ଓ ଅର୍ଥ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ଏ.ଆର.ସି.ଏସ୍‌. ଶରତ କୁମାର ମଲ୍ଲିକ ପରିଚାଳନା କରିଥବା ବେଳେ ଏସ୍‌.ଏ.ଆର.ସି.ଏସ୍‌. ବେଣୁଧର ମଲ୍ଲିକ, ନଗେନ୍ଦ୍ର ସେଠୀ, ମନମୋହନ ରାଉତ, ଭାଗବତ ମାରାଣ୍ଡି, ଇନିସ୍ପେକ୍ଟର ଶିଳ୍ପା ଜେନା, ପ୍ରଭାତ କୁମାର ବାରିକ, ମୁଖ୍ୟ କିରାଣୀ ଦିଲିପ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ ।  ପ୍ରଥମ ପ୍ରତିଯୋଗୀ ଅବିନାଶ ଜେନା ରାଜ୍ୟ ସ୍ତରୀୟ ସମବାୟ ସମିତି  ପ୍ରତିଯୋଗିତାରେ ଯୋଗ ଦେବାକୁ ଯୋଗ୍ୟତା ଅର୍ଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.