Home Top News ସର୍ବୋଚ୍ଚ ସ୍ୱଚ୍ଛତା ବଜାୟ ସହିତ ଏଫ୍‍ବିଆଇର ସହାୟତା ଲୋଡାଯାଇଥିବାବେଳେ ଓଡିଶା ବିଜେପି ଶସ୍ତା ରାଜନୀତି କରୁଛି...

ସର୍ବୋଚ୍ଚ ସ୍ୱଚ୍ଛତା ବଜାୟ ସହିତ ଏଫ୍‍ବିଆଇର ସହାୟତା ଲୋଡାଯାଇଥିବାବେଳେ ଓଡିଶା ବିଜେପି ଶସ୍ତା ରାଜନୀତି କରୁଛି : ବିଜେଡି

55

ଏଫ୍‍ବିଆଇ ସହାୟତା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି
ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ରାଜ୍ୟ ବିଜେପି
ନୂଆଦିଲ୍ଲୀ, ୨୨/୦୨ (ଓଡ଼ିଆ ପୁଅ) ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‍ବିଆଇର ସହାୟତା ଲୋଡିଥିବାବେଳେ ଏହି ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି ଚଳାଇଛି। ଆଜି ନୂଆଦିଲ୍ଲୀର ବିଜୟଚୌକ ଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗୁଜୁରାଟ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା ନାର୍କୋ-ଆନାଲିସିସ୍‍ର ସମ୍ମୁଖୀନ ହୋଇଥିଲା ଯାହା ଦେଶରେ ସର୍ବୋତ୍ତମ। ଅଭିଯୁକ୍ତଙ୍କ ଫୋରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ଏବଂ ଲେରେଡ ଭଏସ୍ ଆନାଲିସିସ୍ ଟେଷ୍ଟ ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା ଯାହା ଏକ କେନ୍ଦ୍ରୀୟ ଅନୁଷ୍ଠାନ ଅଟେ। ବର୍ତ୍ତମାନ ଅଭିଯୁକ୍ତର ଆଚରଣ ସଂକ୍ରାନ୍ତରେ ବିଶ୍ଳେଷଣ ପାଇଁ ଆମେରିକାର ଏଫ୍‍ବିଆଇର ସହାୟତା ଲୋଡାଯାଇଛି। ଏ ସଂକ୍ରାନ୍ତୀୟ ସୁବିଧା ପାଇଁ ଭାରତ ସରକାରଙ୍କୁ ଚିଠି ଲେଖାଯାଇଛି।

ସେହିଭଳି ଓଡିଶାର ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଯାଞ୍ଚର ତଦାରଖ କରୁଛନ୍ତି। ଏହା ଉଚ୍ଚମାନର ଅନୁସନ୍ଧାନକୁ ସୂଚାଉଛି ଯାହା ସ୍ୱଚ୍ଛତା ବଜାୟ ରଖିବା ପାଇଁ କରାଯାଉଛି। ଓଡ଼ିଶା ବିଜେପି ଏହି ଘଟଣାରେ ତାହାର ହୀନ ଏବଂ ଶସ୍ତା ରାଜନୀତି ଜାରି ରଖିପାରେ କାରଣ ସେମାନେ ଏହି ଭଳି ସମ୍ବେଦନଶୀଳ ଅପରାଧିକ ମାମଲା ଉପରେ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.