Home କେନ୍ଦୁଝର ସର୍ପାଘାତରେ ନାବାଳିକାର ମୃତ୍ୟୁ ସନ୍ଦେହ

ସର୍ପାଘାତରେ ନାବାଳିକାର ମୃତ୍ୟୁ ସନ୍ଦେହ

86

ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ କଳିଗାଁ ପଞ୍ଚାୟତର ଶାଳକଣିଆଁ ଗାଁ ନିକଟରେ ରହୁଥିବା ଜଣେ ନାଁବାଳିକାର ସର୍ପାଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ପରିବାର ଲୋକଙ୍କ ସୁଚନା ଅନୁଯାଇ ଗତକାଲି ରାତିରେ ଜାନି ମୁଣ୍ଡା ନାମକ ୧୧ବର୍ଷର ନାଁବାଳିକା ଜଣକ ବାହାରକୁ ପରିଶ୍ରା କରିବାକୁ ଯାଇଥିଲା । ପରିଶ୍ରାକରି ଫେରିବାର କିଛି ସମୟପରେ କଣ ଗୋଟେ କାମୁଡି ଦେଲା, ମୋ ଦେହ କଣ ହୋଇ ଯାଉଛି ବୋଲି କହିବାରୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଡାକ୍ତରଖାନା କର୍ତ୍ତୁପକ୍ଷ ନନ୍ଦିପଦା ପୁଲିସକୁ ସୁଚନାଦେବାପରେ ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରାଇଛି । ବାଳିକା ଜଣକ ପରିଶ୍ରା ବାହାରକୁ ଆସିଥିବାବେଳେ ବିଷାକ୍ତ ସାପ କାମୁଡି ଦେଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.