Home କେନ୍ଦୁଝର ପାଣିଘେରରେ ଥିବା ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

ପାଣିଘେରରେ ଥିବା ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

58

ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ଷଡଙ୍ଗ ପଞ୍ଚାୟତର ମଙ୍ଗରାଜପୁର ଗାଁରେ ୪ଟି ପରିବାର ପାଣି ଘେରରେ ରହିଥିବାର ଖବରପାଇ ସାହାଯ୍ୟ ସେବା ଟ୍ରଷ୍ଟର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଛନ୍ତି । ଖବରରୁ ଜଣାଯାଇଛି ଯେ ଏହି ଗାଁର ରଞ୍ଜନ ନାଏକ, ସୁବାସ ନାଏକ, କୈଳାଶ ନାଏକ, କୁନି ନାଏକ ଗାଁ ଠାରୁ ୫ଶହ ମିଟର ଦୁରରେ ଘର କରି ରହିଆସୁଛନ୍ତି । ଏଠାକୁ ଯିବା ଆସିବା ପାଇଁ କୌଣସି ରାସ୍ତା ନାହିଁ । ଲଗାଣ ବର୍ଷା ହେବାଫଳରେ ସେମାନେ ଦୁଇଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ଘରୁ ବାହାରକୁ ବାହାରିଲେ ୩/୪ଫୁଟ ଗଭୀର ପାଣି ହୋଇଥିବାରୁ ସେମାନେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥିଲେ । ଏ ସମ୍ପର୍କରେ ସୁଚନାପାଇ ସାହାଯ୍ୟ ସେବା ଟ୍ରଷ୍ଟର ସହ ସମ୍ପାଦକ ସୁଧାଶୁଂ ଶେଖର ବେହେରା, ବିଶ୍ୱନାଥ ପରିଡା, ପପୁ ବେହେରା, ରାମଚନ୍ଦ୍ର ସାହୁ, ବାବୁ ସାହୁ ପ୍ରମୁଖ ପାଣିରେପସି ଉକ୍ତ ଗାଁକୁ ଯାଇ ସେମାନଙ୍କୁ ଶୁଖିଲାଖାଦ୍ୟ ଓ ରେସନ ସାମଗ୍ରୀ ବଣ୍ଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.