Home ଓଡ଼ିଶା ସର୍ପଦଂଶନ ରେ ମୃତ ଆଦିବାସୀ ଦମ୍ପତିଙ୍କ ଅନାଥ ପିଲାଙ୍କୁ ଜିଲ୍ଲା କୋୟା ସମାଜ...

ସର୍ପଦଂଶନ ରେ ମୃତ ଆଦିବାସୀ ଦମ୍ପତିଙ୍କ ଅନାଥ ପିଲାଙ୍କୁ ଜିଲ୍ଲା କୋୟା ସମାଜ ସହାୟତାର ହାତ ବଢାଇଲେ

146

ମାଲକାନଗିରି,୨୩ା୭(ଓଡିଆ ପୁଅ ) ଓଡିଶା କୋୟା ସମାଜ ମାଲକାନଗିରି ଜିଲ୍ଲାଶାଖା କମିିଟିର ସଭାପତି କୃଷ୍ଣଚନ୍ଦ୍ର ବୁରୁଦା ଓ ଉପସଭାପତି କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି ଙ୍କ ନେତୃତ୍ୱରେ ଏକ କୋୟାସମଜାର କର୍ମକର୍ତାଦଳ ମୋଟୁଥାନାସ୍ଥ ମାଲାଓ୍ୟାରମ ପଚାଂୟତ ଦୁର୍ଗମ ପଡିଆମିଗୁଡା ଆଦିବାସୀ ଗ୍ରାମଗସ୍ତ କରି ସେହି ଗ୍ରାମର ସାପ କାମୁଡାରେ ମୃତଦମ୍ପତିଙ୍କ ପରିବାରର ଅନାଥ ପାଲିମାନଙ୍କୁ ଭେଟି ସହାୟାତାର ହତବଢାଇଛନ୍ତି । ଗତ କିଛି ଦିନତଳେ ପିଡିଆମି ଗୁଡାଗ୍ରାମର କାନାପଡିଆମି(୪୮) ଓ ତାଙ୍କ ପତ୍ନୀ ସମେପଡିଆମୀ(୪୦) ଗରିବଅଦିବାସୀ ଦମ୍ପତି ଙ୍କର ଗତ୧୪ତାରିଖରେ ସାପକାମୁଡାରେ ମୃତ୍ୟୁ ଘଟିଥିଲା, ବାପା ମାଙ୍କର ମୃତ୍ୟୁହେବାପରେ ସେମାନଙ୍କ ୪ଟି ସନ୍ତାନ ଅନାଥହୋଇ ଗଲେ । ଏହି ଖବର ଜାଣିବା ପରେ ଓଡିଶା କୋୟା ସମାଜର ମାଲକାନଗିରି ଜିଲ୍ଲା ଶାଖା କମିଟିର ସଭାପତି ଓ ଅନ୍ୟମାନେ ପଡିଆମିଗୁଡା ଗ୍ରାମକୁ ଯାଇ ବାପା ମା ଛେଉଣ୍ଡ ୪ ଅନାଥ ପିଲାମାନଙ୍କୁ ସୁଖିଲା ଖାଦ୍ୟ,ଭେଟି ଚାଉଳ,ଡାଲି, ତେଲ,ବିସ୍କୁଟ, ଚୁଡା,ଗୁଡ,ଆଦି ରାସନ ସାମଗ୍ରୀ, ପୋଷାକ, କମ୍ବଳ ସହ ୫ହଜାରଟଙ୍କା ପ୍ରଦାନକରିଛନ୍ତି । ଏହା ବ୍ୟତିତ ସେମାନଙ୍କ ସାଥିରେ ଯାଇଥିବା କିଚି ସ୍ଥାନୀୟ ବୁଦ୍ଧିଜୀବୀ ପିଲାମାନଙ୍କ ଖର୍ଚପାଇଁ ୨୫୦୦ଟଙ୍କା ଦାନକରିଥିଲେ । ଏହି ୪ଅନାଥ ଭାଇଭଉଣୀଙ୍କୁ ପାଠପଢାଇବା ସହିତ ଥଇଥାନର ବ୍ୟବସ୍ଥା କିପରି ହେବ ସେସଂପର୍କରେ ଗ୍ରାମମୁଖାଆ ମାନଙ୍କ ସହିତ ଆଲୋଚନା କରିଛନ୍ତି ।ଜମି ଚାଷକୁ କେନ୍ଦ୍ରକରି ଏମପିଭି୮୧ ଓ କୋଇକୋଣ୍ଡା ଗ୍ରାମବାସୀମାନଙ୍କ ମଧ୍ୟରେ ଲାଗିରହିଥିବା ଗୋଷ୍ଠି ସଂଘର୍ଷ ସଂପର୍କରେ ତଦନ୍ତକରି ଉଭୟ ଗ୍ରାମମଧ୍ୟରେ କିପରି ଶାନ୍ତିଫେରିଆସିବ ସେ ସଂପର୍କରେ ମଧ୍ୟ ଗ୍ରାମବାସୀ ମାନଙ୍କ ସହିତ ଜିଲ୍ଲା କୟୋସମାଜର ଅନୁଧ୍ୟାନ କାରି ଦଳ ଆଲୋଚନା କରିଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.