Home Coronavirus Outbreak ଭାରତରେ ୬୫ ପ୍ରତିଶତ ବଢ଼ିଛି ସେକ୍ସ ଟଏଜ୍‌ର କାରବାର – ଜାଣନ୍ତୁ କେଉଁ ସହରରେ ଏଗୁଡ଼ିକର...

ଭାରତରେ ୬୫ ପ୍ରତିଶତ ବଢ଼ିଛି ସେକ୍ସ ଟଏଜ୍‌ର କାରବାର – ଜାଣନ୍ତୁ କେଉଁ ସହରରେ ଏଗୁଡ଼ିକର ଚାହିଦା ବେଶୀ

410

ନୂଆ ଦିଲ୍ଲୀ ୨୩-୭ (ଓଡ଼ିଆ ପୁଅ) କରୋନା ଭାଇରସ୍ କାରଣରୁ ଅନେକ ରାଜ୍ୟ ଏବଂ କେତେକ ସହରରେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହି ସମୟରେ ଲୋକମାନେ ପ୍ରାୟତଃ ଘରେ ରହୁଛନ୍ତି। ଇତି ମଧ୍ୟରେ ଅନେକ ବ୍ୟବସାୟ ମାନ୍ଦାବସ୍ଥାରେ ଚାଲିଥିବାବେଳେ ଲକଡାଉନ୍ ସମୟରେ ସେକ୍ସ ଟଏଜ ଗୁଡ଼ିକର ଅନଲାଇନ୍ ବିକ୍ରି ଭାରତରେ ୬୫% ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ମୁମ୍ବାଇ ଶୀର୍ଷ ସ୍ଥାନରେ ଅଛି। ମୁମ୍ବାଇ ପରେ କର୍ଣ୍ଣାଟକ ଏବଂ ତାମିଲନାଡୁ ରହିଛି।

ଲୋକମାନେ ଘର ଭିତରେ ସୀମିତ ରହିବାରୁ ହୋଇପାରେ ମାନସିକସ୍ତରରେ ଏପରି ପ୍ରଭାବ ପଡ଼ିଥାଇପାରେ ବୋଲି ଜଣାପଡ଼େ।

ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ସାରା ଦେଶରେ COVID-୧୯ ପରବର୍ତ୍ତୀ ଲକ୍‌ଡାଉନ୍ ପରେ ସେକ୍ସ ଟଏଜ୍‌ ବଜାରରେ ୬୫% ବୃଦ୍ଧି ଘଟିଛି ବୋଲି ମୁମ୍ବାଇ ମିରରରେ ଏକ ରିପୋର୍ଟ ପ୍ରକାଶ ପାଇଛି।

Thatspersonal.com ଏକ ଆନାଲିଟିକାଲ୍ ରିପୋର୍ଟ ପ୍ରକାଶ କରିଛି, ଏହି ରିପୋର୍ଟରେ ମଧ୍ୟ ଦେଶରେ ସେକ୍ସ ଟଏଜର ଅନଲାଇନ୍ ବିକ୍ରି କିପରି ବୃଦ୍ଧି ପାଇଛି ତାହା ଉଲ୍ଲେଖ କରାଯାଇଛି। ଉକ୍ତ ୱେବସାଇଟ୍‌କୁ ଦୁଇ କୋଟିରୁ ଅଧିକ ପରିଦର୍ଶକ ଭିଜିଟ୍ କରିବା ସହିତ ଅନଲାଇନରେ ବିକ୍ରି ହୋଇଛି ୩,୩୫,୦୦୦ ଉତ୍ପାଦ।

ଏହାର ଚାହିଦାର ତାଲିକାକୁ ଅଧ୍ୟୟନ କଲେ ଜଣାପଡ଼ିବଯେ, ମହାରାଷ୍ଟ୍ର ଶୀର୍ଷ, ତା’ପରେ କର୍ଣ୍ଣାଟକ ଏବଂ ତାମିଲନାଡୁ ରହିଛି। ସହରଗୁଡିକୁ ଦେଖିଲେ ମୁମ୍ବାଇ ଶୀର୍ଷରେ ରହିଥିବା ବେଳେ, ବେଙ୍ଗାଲୁରୁ ଏବଂ ନୂଆଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ସୁରାଟ ସହରରେ ଲୋକମାନେ ସର୍ବାଧିକ ୩,୯୦୦ ଟଙ୍କା ମୂଲ୍ୟର ଉତ୍ପାଦ କିଣିଥିବା ବେଳେ, ଉତ୍ତରପ୍ରଦେଶରେ ପୁରୁଷମାନେ ଅଧିକ ଏହି ପରି ଉତ୍ପାଦ କିଣିଛନ୍ତି ଏବଂ ବିଜୟୱାଡା, ଜାମସେଦପୁର, ବେଲଗାମ୍ ଏବଂ ବରଦରା ସହରଗୁଡ଼ିକରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା କ୍ରେତା ଅଛନ୍ତି।

ThatsPersonal.com ର ସିଇଓ ସମୀର ସାରୟା କହିଛନ୍ତି, “ଆମେ ବଜାର ଦ୍ରୁତ ଗତିରେ ବଢ଼ୁଥିବା ଦେଖୁଛୁ ଏବଂ ଭାରତୀୟମାନଙ୍କ ମଧ୍ୟରେ ଏହିପରି ନୂତନ ପ୍ରଡକ୍ଟ ବ୍ୟବହାର କରିବାର ଇଚ୍ଛା ଏବଂ ଆଗ୍ରହ ପ୍ରକାଶ ପାଉଛି”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.