Home ଗଞ୍ଜାମ ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା, କେ ବରିଡ଼ା ପଞ୍ଚାୟତ ୭ ଦିନ ପାଇଁ ସଟ୍...

ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା, କେ ବରିଡ଼ା ପଞ୍ଚାୟତ ୭ ଦିନ ପାଇଁ ସଟ୍ ଡାଉନ୍

84

କୋଦଳା ୧୮ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ବିଭିନ୍ନ ପଞ୍ଚାୟତ ଗୁଡ଼ିକୁ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ମାନେ ସଟ୍ ଡାଉନ୍ କରୁଛନ୍ତି। ଜିଲ୍ଲାର ବେଗୁନିଆପଡ଼ା ବ୍ଳକର କେ ବରିଡ଼ା ପଞ୍ଚାୟତକୁ ସରପଞ୍ଚ ଚିତ୍ରସେନ ନାୟକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଂଚାୟତରେ ୧୧ ଜଣ କରୋନା ପଜିଟିଭି ଚିହ୍ନଟ ପରେ ଚିନ୍ତା ପ୍ରକଟ କରିଛନ୍ତି ସରପଞ୍ଚ। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସାହି ମାନଙ୍କରେ ଲୋକେ ସାମାଜିକ ଦୂରତାକୁ ବଜାୟ ରଖୁ ନଥିବା, ବିନା ମାକ୍ସରେ ବୁଲୁଥିବା ବେଳେ ବାରମ୍ବାର ତାଗିଦ୍ ପରେ ବି ଲୋକେ ସଚେତନ ହେଉନଥିବା କହିଛନ୍ତି ସରପଞ୍ଚ।ଏନେଇ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଶନିବାର ଠାରୁ ୭ ଦିନ ପର୍ଯ୍ୟନ୍ତ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି।ଏହି ସମୟରେ ଅତ୍ଯାବଶ୍ଯକୀୟ ସାମଗ୍ରୀ ଯଥା ଔଷଧ, ପରିବା, ରାସନ ଦୋକାନ ବ୍ଯତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦବ୍ୟତୀତ ଠେଲା ଗାଡିରେ ପରିବା ଓ ରାସନ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଯାନବାହାନ ଚଳାଚଳ ଏବଂ ବାହାରୁ ପଞ୍ଚାୟତକୁ ଆସିବା ଓ ଯିବାକୁ ନିଷିଦ୍ଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.