Home ଜିଲ୍ଲା ପରିକ୍ରମା ସ୍ୱେଚ୍ଛାସେବୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବେ :୬୪ ଟି ମାଧ୍ୟମରେ ୩୨୦୦୦ ପରିବାରରୁ...

ସ୍ୱେଚ୍ଛାସେବୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବେ :୬୪ ଟି ମାଧ୍ୟମରେ ୩୨୦୦୦ ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି

107

ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରରେ କୋରନା ମହାମାରୀକୁ ପ୍ରତ୍ୟହତ କରିବା ନିମନ୍ତେ ଗୋଷ୍ଠୀ ସ୍ୱଚ୍ଛା ସେବୀ ନିୟୋଯିତ ରହି ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟ୍ ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବେ ଏ ନେଇ ଏକ ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ୨୫ ଘରକୁ ଜଣେ ଭାବେ ପ୍ରାୟ ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସେମାନେ ସଂମ୍ପୃକ୍ତ ପରିବାର ରୁ ବୃଦ୍ଧ, ବୃଦ୍ଧା, ଶିଶୁ, ଜ୍ୱର, ଥଣ୍ଡା ଇତ୍ୟାଦି କାଶର ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବାସହ ମାସ୍କ୍ ବ୍ୟବହାର ଏବଂ ସାମାଜିକ ଦୂରତା ସମ୍ପର୍କରେ ସଚେତନ କରାଇବେ। ବାହାରୁ ବ୍ୟକ୍ତି ବସ୍ତି କୁ ଆସିଲେ ଏବଂ ସଂଘରୋଧ ନିୟମ ଉଲ୍ଲଘନ ମଧ୍ୟ ତଥ୍ୟ ହାସଲ କରାଯିବ। ସମ୍ପୃକ୍ତ ଅଚଂଳରୁ କୌଣସୀ ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ। ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ସଚେତନ କରାଯିବ। ଏ ସମସ୍ତ କାର୍ଯ୍ୟପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ କୁମାର ଜେନାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ସମସ୍ତ ଆନୁସଙ୍ଗୀକ ପ୍ରକ୍ରୀୟା ଶେଷ କରାଯାଇ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଅନ୍ୟ ପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କୋରନା ସଂକ୍ରମିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ୬୪ ଟି ଟିମ୍ ନିୟୋଜିତ ଅଛନ୍ତି। ଆଜି ସୁଦ୍ଧା ୩୨ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି। ଏଥିରୁ ୩୩୬ ଜଣଙ୍କ ଲକ୍ଷଣ ଥିବା ଚିହ୍ନଟ କରାଯିବା ସହ ବାହାରୁ ଆସିଥିବା ୧୦୯ ଜଣଙ୍କୁ ସଂଘରୋଧରେ ରହିବାକୁ ପରାମର୍ଶ ୬ ଜଣ ଉକ୍ତ ନିୟମ ଉଲ୍ଲଘନ କରିବା ଚିହ୍ନଟ ଯୋଇଛି। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ, ସିବି-ଏମ୍ଓ ଡାକ୍ତର ସୂଜାତା ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସାନ୍ତନୁ କୁମାର ଦାସଙ୍କ ସମେତ ବିଭିନ୍ନ ବସ୍ତିର ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.