Home କେନ୍ଦୁଝର ସରପଞ୍ଚଙ୍କ ମାଡରେ ଶ୍ରମିକର ମୁଣ୍ଡ ଫାଟିଲା

ସରପଞ୍ଚଙ୍କ ମାଡରେ ଶ୍ରମିକର ମୁଣ୍ଡ ଫାଟିଲା

70

ହାଟଡିହି, ୨୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସରପଞ୍ଚଙ୍କ ମାଡରେ ଜଣେ ଶ୍ରମିକଙ୍କ ମୁଣ୍ଡ ଫାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଶ୍ରମିକ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଅଁରା ଗ୍ରାମର ବହନ ମୁଣ୍ଡା ନାମକ ଜଣେ ଶ୍ରମିକ ସରପଞ୍ଚଙ୍କ ଘରେ କାମ କରି ମଜୁରୀ ପାଇ ନଥିଲା । ଆଜି ମଜୁରୀ ମାଗିବାକୁ ଯାଇଥିବାବେଳେ ସରପଞ୍ଚକହ୍ନେଇ ମୁଣ୍ଡା ନିଶାଶକ୍ତ ଅବସ୍ଥାରେ ତାକୁ ପାଟିତୁଣ୍ଡ କରି ଗାଳି ଗୁଲଜ କରିବା ସହିତ ତାର ମୁଣ୍ଡକୁ ପିଟି ଦେବାରୁ ବହନଙ୍କ ମୁଣ୍ଡରେ ଗଭୀର କ୍ଷତ ହେବସହ ରକ୍ତାକ୍ତ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସରପଞ୍ଚ କହ୍ନେଇ ମୁଣ୍ଡା ଏହାକୁ ଅସ୍ୱିକାର କରିବା ସହିତ ମୋ ନାମରେ ମିଛ ଅଭିଯୋଗ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.