Home କେନ୍ଦୁଝର ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ, ମହାଦେବନାଶା ଗ୍ରାମକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା

ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ, ମହାଦେବନାଶା ଗ୍ରାମକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା

134

ଯୋଡା, ୦୫/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ମହାଦେବନାଶା ଗ୍ରାମକୁ ସ୍ଥାନୀୟ ସରପଞ୍ଚଙ୍କ ପକ୍ଷରୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଦେଓଝର ଅଧିନସ୍ଥ ଏହି ଗ୍ରାମରେ ୮ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ ବଳରେ ସରପଞ୍ଚ ମଙ୍ଗଲ ମୁଣ୍ଡା ମହାଦେବନଶା ଗ୍ରାମକୁ ୭ଦିନ ପାଇଁ ସମ୍ପୂର୍ଣ୍ଣ ଭାବେ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ଏହାର ମୁଖ୍ୟ ରାସ୍ତାଟିକୁ ସିଲ୍ କରାଯାଇଛି । ଆସନ୍ତା ୧୧ ତାରିଖ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସରପଞ୍ଚଙ୍କ ଠାରୁ ସୂଚନା ମିଳିଛି । ଏହି ଘୋଷଣା ସମୟରେ ସରପଞ୍ଚଙ୍କ ସହିତ ସ୍ଥାନୀୟ ସମିତି ସଭ୍ୟ ଯୁଧିଷ୍ଠୀର ପଲେଇ ଏବଂ ଆଶାକର୍ମି ଓ ଅଙ୍ଗନୱାଡି କର୍ମ ମଧ୍ୟ ସାମିଲ ହୋଇଥିଲେ । ପଞ୍ଚାୟତରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି । ଗତ ୨ ତାରିଖ ଦିନ ସମ୍ପୂର୍ଣ୍ଣ ପଞ୍ଚାୟତକୁ ୭ଦିନ ପାଇଁ ସଟ୍ ଡାଉନ ଘୋଷଣା କରିବାକୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଚମ୍ପୁଆ ବିଧାୟୀକାଙ୍କୁ ସେ ନିବେଦନ କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ଏହି ପଞ୍ଚାୟତରେ ବିଭିନ୍ନ ଖଣି ଏବଂ ଶିଳ୍ପ ରହିଥିବା ଯୋଗୁଁ ପରିବହନରେ ବାଧା ଉପୁଜିବା ନେଇ ଜିଲ୍ଲାପାଳ ନିରବ ରହିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପଞ୍ଚାୟତ ବାସିଙ୍କ ଜୀବନ ଠାରୁ ସରକାରଙ୍କ ରାଜସ୍ୱ ଆଦାୟ ନିଶା ଭାରି ପଡିଛି । ଗତ ଜୁଲାଇ ମାସ ୨୭ ତାରିଖ ଦିନ ଏହି ପଞ୍ଚାୟତରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କେତେ ଜଣଙ୍କୁ ସ୍ୱାବ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଉ ୩ଜଣଙ୍କ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଉ ୫ଜଣ ସଂକ୍ରମିତ ଚିହ୍ନଟ ହେବା ଫଳରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଯୋଡା ବ୍ଲକରେ ମଙ୍ଗଳବାର ରାତ୍ରି ସୁଦ୍ଧା ୮ଜଣ ଏବଂ ଯୋଡା ପୌରାଞ୍ଚଳରେ ୩ଜଣ ଏହିପରି ମୋଟ ୧୧ଜଣ କରୋନା ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.