Home ଓଡ଼ିଶା ରଣପୁର ଡାକ୍ତରଖାନା, କୋର୍ଟ, ତହସିଲ୍ ଓ ସବ୍ ରେଜିଷ୍ଟର ଅଫିସ୍ ସାନିଟାଇଜେସନ୍  

ରଣପୁର ଡାକ୍ତରଖାନା, କୋର୍ଟ, ତହସିଲ୍ ଓ ସବ୍ ରେଜିଷ୍ଟର ଅଫିସ୍ ସାନିଟାଇଜେସନ୍  

110

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮-ରଣପୁର ରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଜନସାଧାରଣ ଚିନ୍ତାରେ ରହିଥିବା ଜଣା ପଡିଛି । ରଣପୁର କୋର୍ଟ ର ଷ୍ଟାମ୍ପ ଭେଣ୍ଡର୍ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଟେଣ୍ଡାଟ୍‌ଙ୍କର କରୋନା ପଜେଟିଭ୍ ବାହାରିବା ପରେ ଚିନ୍ତା ବଢିଯାଇଛି ।

ସେଥିପାଇଁ ଅଗଷ୍ଟ ୫ ତାରିଖ ଦିନ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରଣପୁରକୋର୍ଟ ପରିସର, ରଣପୁର ସବ୍ ରେଜିଷ୍ଟର୍ ଅଫିସ୍ ପରିସର ଓ ରଣପୁର ତହସିଲ୍ କାର୍ଯ୍ୟାଳୟ ପରିସର ସାନିଟାଇଜ୍ କରାଯାଇଥିବା ଜଣା ପଡିଛି । ରଣପୁର ଅଗ୍ନିଶମ ବାହିନୀର ଅଫିସର୍ ସରୋଜ କୁମାର ଦାଶ ଓ କର୍ମଚାରୀମାନେ ସାନିଟାଇଜେସନ୍ କାର୍ଯ୍ୟକୁ ଜୋରଦାର କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.