Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୁଣି ବାହାରିଲେ ୨୨ କରୋନା ଆକ୍ରାନ୍ତ : ଜଗନ୍ନାଥପୁର ଷ୍ଟେଟ ବ୍ୟାଙ୍କ ୪୮ ଘଣ୍ଟା...

ଭଦ୍ରକରେ ପୁଣି ବାହାରିଲେ ୨୨ କରୋନା ଆକ୍ରାନ୍ତ : ଜଗନ୍ନାଥପୁର ଷ୍ଟେଟ ବ୍ୟାଙ୍କ ୪୮ ଘଣ୍ଟା ପାଇଁ ବନ୍ଦ

207

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୨୨ ନୂଆ ଆକ୍ରାନ୍ତ । ଯାହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୭୩୯ରେ । ସେମାନଙ୍କ ମଧ୍ୟରେ ଜଣେ ମାତ୍ର କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ସମସ୍ତେ ଲୋକାଲ କଣ୍ଟାକ୍ଟ । ଏ ପର୍ଯ୍ୟନ୍ତ ଜିଲ୍ଲାରୁ ୬୦୫ଜଣ ସୁସ୍ଥ ହୋଇସାରିଥିବା ବେଳେ ବାକି ୧୩୨ଜଣ ଆକ୍ଟିଭ ଆକ୍ରାନ୍ତ ଭାବେ ଚିକିତ୍ସିତ ହେଉଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ଜଣ ବାଙ୍ଗାଲୋର କମାଣ୍ଡୋ ହସ୍‌ପିଟାଲରେ ଚିହ୍ନଟ ହୋଇଥିବା ବେଳେ ଜଣେ ବାସୁଦେବପୁର ବ୍ଲକ ବଚ୍ଛଦା ଗ୍ରାମରୁ ଚିହ୍ନଟ ହୋଇଛନ୍ତି, ଯିଏ କି କେନ୍ଦୁଝରରେ ଅଛନ୍ତି । ସେହିଭଳି ତିହିଡି ବ୍ଲକ ଗୁଆମାଳ ସଦାନନ୍ଦପୁର ଭୁୟାଁବାଡ ଗ୍ରାମର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଯିଏ ଗତ ୪ମାସ ଧରି ନୂଆଦିଲ୍ଲୀରେ ରହୁଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ପୌରପାଳିକାର ୨ ନଂ ୱାର୍ଡ ବରାଳପୋଖରୀ ଗ୍ରାମରୁ ୨ଜଣ, ୧୨ ନଂ ୱାର୍ଡ ବଙ୍କସାହିରୁ ଜଣେ, ୧୪ ନଂ ୱାର୍ଡ ସନ୍ଥିଆ ନିଳକଣ୍ଠପୁର ଗ୍ରାମରୁ ଜଣେ, ୨୩ ନଂ ୱାର୍ଡ ପୁରୁଣାବଜାର କାଳୀମନ୍ଦିର ଅଞ୍ଚଳରୁ ଜଣେ, ୯ ନଂ ୱାର୍ଡ ଚାରିଘରିଆ ଗ୍ରାମରୁ ଜଣେ, ୨୦ ନଂ ୱାର୍ଡ ଶଙ୍କରପୁର ଗ୍ରାମରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ଗ୍ରାମରୁ ଜଣେ, ଦକ୍ଷିଣବାଡ ଗ୍ରାମରୁ ଜଣେ, ମୋହନପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଲକର କେନ୍ଦୁଆପଦା ଆମ୍ପୋର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସି ଅନ୍ତର୍ଗତ ବିବିସିସି ବ୍ୟାଙ୍କରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଧାମନଗର ବ୍ଳକର କଟସାହି ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହିତ ଜଣେ ଧାମନଗର ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟମାନଙ୍କ ମଧ୍ୟରେ ୯ନଂ ୱାର୍ଡ ଜଗନ୍ନାଥପୁର ଷ୍ଟେଟ ବ୍ୟାଙ୍କର କର୍ମଚାରୀ ଥିବାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟାଙ୍କକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ କରାଯାଇଛି । ପୌରପାଳିକା ପକ୍ଷରୁ ବ୍ୟାଙ୍କ୍‌କୁ ସାନିଟାଇଜ କରାଯାଉଛି । ଅନ୍ୟପକ୍ଷରେ ଚିହ୍ନଟ ଅଞ୍ଚଳକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.