Home ଓଡ଼ିଶା ସରପଚଂ ଙ୍କ ଘର ଛପର କରୁଥିବା ସମୟରେ ବିଦ୍ୟୁତ କରେଟଂ ଆଘାତରେ ଶ୍ରମିକର ମୃତ୍ୟୁ

ସରପଚଂ ଙ୍କ ଘର ଛପର କରୁଥିବା ସମୟରେ ବିଦ୍ୟୁତ କରେଟଂ ଆଘାତରେ ଶ୍ରମିକର ମୃତ୍ୟୁ

208

ମାଲକାନଗିରି,୨୩ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରି କବଳରେ ପଡି ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଣେ ସରପଚଂଙ୍କ ଘରଛପର କରିବାକୁ ଯାଇ ଗରିବ ଶ୍ରମିକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି । ଏ ପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ପଡିଆ ବ୍ଲକସ୍ଥ ଏମଭି୭୯ ଥାନା କାଲଦାପାଲି ପଚାଂୟତ କୁର୍ତି ଗ୍ରାମରେ ,କୁର୍ତିଗ୍ରମରେ ରହୁଥିବା କାଲଦାପାଲି ସରପଚଂ ଦୁଲା ମାଡକାମିଙ୍କ ରୋଷେଇଘର ଟିଣଛପର ପବନରେ ଉଡିଯାଇଥିବାରୁ ମରାମତ କରିବା ପାଇଁ ସୋମବାର ଅପରାହ୍ନରେ ଗ୍ରାମର ପ୍ରାୟ୯ଜଣ ଶ୍ରମିକଙ୍କୁ କାମରେ ଲଗାଇଥିଲେ । କୁର୍ତିଗ୍ରାମର କାନା ମାଡକାମି(୪୦) ନାମକ ଜଣେ ଗରିବ ଆଦିବାସୀ ଶ୍ରମିକ ଘରଉପରେ ଚଢି ଟିଣଟିକୁ କାଡୁଥିବା ସମୟରେ ହଟାତ ସେ ବିଦ୍ୟୁତ ଆଘାତରେ ଦୁରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ସରପଚଂ ଓ ଅନ୍ୟମାନେ ନିକଟସ୍ଥ ପଡିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାହସପିଟାଲକୁ ପଡିଆ ଡାକ୍ତର ସ୍ଥାନାନ୍ତରିତ କରିଥିଲେ । ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ବୁଧବାର ଭୋରୁ କାନା ଙ୍କର ମୃତ୍ୟୁଘଟିଛି । ସୁଚନା ଯୋଗ୍ୟ ମୁଖ୍ୟମନ୍ତ୍ରୀ କରୋନା ସମୟରେ ସରପଚଂ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେଇଥିବା ବେଳେ କାଲଦାପାଲି ସରପଚଂ ସେ କ୍ଷମତାର ଅପବ୍ୟବହାର କରି ଲକ ଡାଉନ ସମୟରେ କିପରି ଏକ ସଙ୍ଗେ ୯ଜଣ ଶ୍ରମିକଙ୍କୁ ନିଜଘର କାମରେ ଲଗାଇପାରିଲେ,ତାଙ୍କର ଖାମଖିଆଲି ନିତି ଯୋଗୁ ଜଣେ ଗରିବ ନିରିହ ଆଦିବାସୀ ବ୍ୟକ୍ତିର ଜୀବନ ଗଲା । ମୃତ କାନା ମାଡକାମୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ କୁଲିମଜୁରୀ ଲାଗି ପରିବାର ପ୍ରତି ପେ।।ଷଣକରନ୍ତି, ଘରକୁ ତାଙ୍କର ସ୍ତ୍ରୀ ଗାଙ୍ଗି ମାଡକାମି(୩୦)ପୁଅ ରାମା ମାଡକାମି(୧୦) ଓ ଗଙ୍ଗାମାଡକାମି(୫) ଅଛନ୍ତି ,ସେ ଘରକୁ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତିଥିଲେ ।ତାଙ୍କର ମୃତ୍ୟରେ ସ୍ତ୍ରୀ ଗାଙ୍ଗି ଙ୍କ ଆଖିରୁ ଲୁହ ଶୁଖୁନାହିଁ, ସେ ମଙ୍ଗଳବାର ଠାରୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ହସପିଟାଲ ସମ୍ମୁଖରେ ମନଦୁଃଖରେ ବସିରହି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ବୁଧବାର ଅପରାହ୍ନରେ କାନାଙ୍କ ମୃତଶରୀର କୁ ହସପିଟାଲରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗ୍ରାମ କୁର୍ତିକୁ ପଠାଇ ଦିଆ ଯାଇଛି । ଛୋଟ ଛୋଟ ପିଲା ଦୁଇଟିଙ୍କୁ ଧରି କିପରି ଘରଚଳାଇବେ ସେ ଚିନ୍ତାରେ କାନାଙ୍କ ପତ୍ନୀ ଗାଙ୍ଗିଭାଙ୍ଗି ପଡିଛନ୍ତି । କନାଙ୍କ ଶବ ସଂସ୍କାର ହୋଇସାରିଥିଲେ ମଧ୍ୟ ପଚାଂୟତ ପ କ୍ଷରୁ ତାଙ୍କୁ ଆଜି ପ ର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା କିମ୍ବା କୌ÷ଣସି ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇନଥିବାର ମୃତ କାନାଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତ କାନାଙ୍କ ପରିବାରଙ୍କୁ କ୍ଷତିପୁରଣ ଦେବା ପାଇଁ କୁର୍ତି ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.