Home ଓଡ଼ିଶା ଫାଇଭ ଟି ସଚିବ ଓ ଉନ୍ନୟନ ସଚିବ ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି ସ୍ଥିତି...

ଫାଇଭ ଟି ସଚିବ ଓ ଉନ୍ନୟନ ସଚିବ ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି ସ୍ଥିତି ପରଖିଲେ ।

237

ମାଲକାନଗିରି,୨୩ା୪ (ଓଡିଆ ପୁଅ ) ରାଜ୍ୟସରକାରଙ୍କ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି.କେ. ପାଣ୍ଡିଆନ,ଉନ୍ନୟନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଠାରେ ପହଁଚି ଜିଲ୍ଲା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି ପରଖିଛନ୍ତି । କରୋନା ମହାମାରି ସମଗ୍ର ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ପ୍ରତିକାର ବ୍ୟବସ୍ଥା ଓ କରୋନା ସଂକ୍ରମଣ ଙ୍କ ପାଇଁ ପୁରୁଣା ହସପିଟାଲରେ କୋଭିଡ-୧୯ ହସପିଟାଲ ପ୍ରତିଷ୍ଟା କରାଯାଇ ଗତ ୧୩ତାରିଖରେ ଏହାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହି କୋଭିଡ ହସପିଟାଲ ରେ ରୋଗୀଙ୍କୁ କିଭଳି ସୁବିଧା ମିଳିବ,କୋଭିଡ ଯୋଦ୍ଧା ମାନେ କିଭଳି ପ୍ରସୁତ ରହିଛନ୍ତି,ବେଡ,ଆଇସିୟୁ,ଭେଟିଂଲେଟର ବ୍ୟବସ୍ଥା ସହ ହସପିଟାଲର ଭିତି ଭୁମି କିପରି ରହିଛି ସେ ସଂପର୍କରେ ପାଇଭ ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ,ଉନ୍ନୟନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସ୍ଥତି ଅନୁଧ୍ୟାନ କରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ ଓ କୋଭିଡ ହପିଟାଲରେ କାର୍ଯ୍ୟରତ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କମଦିନ ମଧ୍ୟରେ ସୁନ୍ଦର ଭାବେ କୋଭିଡ-୧୯ ହସପିଟାଲ ଖୋଲା ଯାଇ କରୋନା ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ସଚିବ ଦ୍ୱୟ ଖୁସି ହୋଇ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଏଫଓ ପ୍ରଦୀପ ମିରେସ,ଡିଆରଡିଏ ପିଡି ବାଳକୃଷ୍ଣ ଭୂୟାଁ,କୋଭିଡ ହସପିଟାଲ ଟିମଲିଡର ମୁଖ୍ୟଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର,ତହସିଲଦାର ଗୁଣନିଧି ନାୟକ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର ,ହସପିଟାଲ ସୁପରି ଟେଣ୍ଡେଟଂ ତଥା ଅତିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହିତ ଅନ୍ୟାନ ଡାକ୍ତର ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.