Home ଜିଲ୍ଲା ପରିକ୍ରମା ସରକାରୀ ସୁବିଧାରୁ ବଂଚିତ ଭିନ୍ନକ୍ଷମ ରବିନ୍ଦ୍ର ପ୍ରସଙ୍ଗ : ରାଜ୍ୟ ଭିନ୍ନକ୍ଷମ ଆୟୋଗ ବିଡିଓଙ୍କୁ ତଦନ୍ତ...

ସରକାରୀ ସୁବିଧାରୁ ବଂଚିତ ଭିନ୍ନକ୍ଷମ ରବିନ୍ଦ୍ର ପ୍ରସଙ୍ଗ : ରାଜ୍ୟ ଭିନ୍ନକ୍ଷମ ଆୟୋଗ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ

95

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତ ବେଲଗଡିଆ ଗ୍ରାମର ଭିନ୍ନକ୍ଷମ ରବିନ୍ଦ୍ରଙ୍କ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତ ସରକାରୀ ସହାୟତାରୁ ବଂଚିତ ରବିନ୍ଦ୍ରଙ୍କୁ ତାହା ଯୋଗାଇଦେବାକୁ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାଜ୍ୟ ଭିନ୍ନକ୍ଷମ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ଜାଣିବାକୁ ହେଲେ ଆମକୁ ରବିନ୍ଦ୍ରଙ୍କ ସଂପର୍କରେ ସବିଶେଷ ବୁଝିବାକୁ ପଡିବ । ବେଲଗଡିଆ ଗ୍ରାମର ସ୍ୱର୍ଗତଃ ଲକ୍ଷ୍ମୀଧର ପରିଡାଙ୍କ ପୁତ୍ର ରବନ୍ଦ୍ର । ଆଗପଛ ହୋଇ ତାଙ୍କର ପିତାମାତା ଆରପାରିକୁ ଚାଲିଗଲା ପରେ ସେ ବେସାହାରା ହୋଇପଡିଥିଲେ । ମାତ୍ର ମନୋବଳ ଦୃଢ କରି ଦାଦନ ଖଟିବାକୁ ସୁଦୂର ବାଙ୍ଗାଲୋରକୁ ଯାଇଥିଲେ ମଧ୍ୟ କଠିନ ପରିଶ୍ରମ କରିନପାରି ଗାଁକୁ ଫେରିଆସିଥିଲେ । ଘରେ ପହଞ୍ôଚବା ପରେ ଦୀର୍ଘଦିନ ଜ୍ୱର ହୋଇ ମେରୁଦଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । ସ୍ଥାନୀୟ ଡାକ୍ତରଖାନାରୁ ଔଷଧ ଆଣି ଖାଇଥିଲେ ମଧ୍ୟ ଯନ୍ତ୍ରଣା ଉପଶମ ହେବା ପରିବର୍ତ୍ତେ କ୍ରମଶଃ ବୃଦ୍ଧି ପାଇଲା । ପରେ ପରେ ହଠାତ୍ ଦୁଇଗୋଡ ସହ ଶରୀରର ଅର୍ଦ୍ଧାଧିକ ଅଂଶ ଅଚଳ ହୋଇପଡିଲା । ରବିନ୍ଦ୍ରଙ୍କର ନିଜସ୍ୱ କେହି ନଥିବାବେଳେ ଆର୍ଥିକ ସମ୍ବଳ ମଧ୍ୟ ଆଦୌ ନାହିଁ କହିଲେ ଚଳେ । ଏଭଳି ଅବସ୍ଥାରେ ଅର୍କମଣ୍ୟ ହୋଇପଡିବା ଯୋଗୁଁ ସେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ । ରହିବା ପାଇଁ ଘରଦ୍ୱାର ନଥିବାରୁ ଗାଁର ବାର ସୁଣ୍ଢି ପିଣ୍ଡାରେ ରାତ୍ରୀ ଯାପନ କରିବା ପରେ ଦୟାକରି ଯିଏ ଯାହା ଦେଲା ତାକୁ ହି ଖାଇ ବଂଚିଲେ । ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସୁଶୀଲ ରାଉତ ନାମକ ଜଣେ ସାମାଜିକ କର୍ମୀ ରବିନ୍ଦ୍ରଙ୍କୁ ନେଇ ରାଜ୍ୟ ଭିନ୍ନକ୍ଷମ ଆୟୋଗଙ୍କ ଠାରେ ଗତମାସ ୬ ତାରିଖରେ ଏକ ଅଭିଯୋଗ ଦାଖଲ କରିଥିଲେ । ଉକ୍ତ ଅଭିଯୋଗକୁ ଆୟୋଗ ଗ୍ରହଣ କରି ତାଙ୍କ କୋର୍ଟରେ ଆଗତ କେଶ୍ ନଂ ୧୦୨/୨୦ ମୂଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୧୦ ତାରିଖରେ ତଦନ୍ତ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରବିନ୍ଦ୍ରକୁ କରିଥିବା ଚିଠି ନଂ ୧୩୩୬/ଏସ୍‌ସିପିଡି / ୧୪.୦୯.୨୦ ଓ ଆଦେଶର ନକଲ ନଂ -୧ /୧୦.୦୯./୨୦୨୦ ରୁ ଜଣାପଡିଛି । ତେବେ ରବିନ୍ଦ୍ରଙ୍କୁ ପ୍ରଶାସନ ପକ୍ଷରୁ ତାଙ୍କ ନାମକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ମାସର ରେସନ୍ ସାମଗ୍ରୀ ପ୍ରଦାନ କରାଯାଇଛି । ଭତ୍ତା ସଂପର୍କରେ ସମସ୍ତ କାଗଜପତ୍ର ସଂପୂର୍ଣ୍ଣ ହୋଇଥିବା ବିଷୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.