Home ଜିଲ୍ଲା ପରିକ୍ରମା ସରକାରୀ ସାହାଯ୍ୟ ଅପେକ୍ଷାରେ ଦୁସ୍ଥ କଳାକାର ଅକ୍ଷୟ

ସରକାରୀ ସାହାଯ୍ୟ ଅପେକ୍ଷାରେ ଦୁସ୍ଥ କଳାକାର ଅକ୍ଷୟ

52

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଷୟ ପାତ୍ର, ବୟସ ୩୮, ପିତା – ଆନନ୍ଦ ପାତ୍ର, ଭଦ୍ରକ ବାଇପାସ୍ ସାଇ ବିହାର ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ଘରଟିଏ କରି ରହି ଆସୁଛନ୍ତି ଜଣେ କଣ୍ଠଶିଳ୍ପୀ ଅକ୍ଷୟ ପାତ୍ର। ୩ ଝିଅ ଓ ପତ୍ନୀଙ୍କୁ ନେଇ ତାଙ୍କର ପାଞ୍ଚଜଣିଆ ପରିବାର। ପାନ, ଚା’ ଦୋକାନଟିଏ କରି ଜୀବିକା ନିର୍ବାହ କରି ଆସୁଥିଲେ। ସମୟ ସମୟରେ ବିଭିନ୍ନ ଷ୍ଟେଜ୍ ସୋ, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ସମୟର ଗତି ବଡ଼ ବିଚିତ୍ର। ଗତ ୩ ବର୍ଷ ଧରି ଅକ୍ଷୟଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିଯିବା କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଲେ। ପ୍ରଥମେ ଭଦ୍ରକ, କଟକ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେବାକୁ ଲାଗିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବହୁ କଷ୍ଟ ଅନୁଭବ କରିବା ସହିତ ଦେହ ଦୁର୍ବଳ, କାଶ, ବାନ୍ତି ଲାଗି ରହିଛି। ଡାକ୍ତର ଗୀତ ନ ବୋଲିବାକୁ ପରାମର୍ଶ ଦେବା ପରେ ତାଙ୍କ ଗୁଜୁରାଣ ମେଣ୍ଟାଇବାର ଏକ ବଡ଼ ରାସ୍ତା ବନ୍ଦ ହୋଇଗଲା। ବାରମ୍ବାର କଟକ, ଭୁବନେଶ୍ୱର ଧାଇଁଧାଇଁ ଚିକିତ୍ସାରେ ସବୁ ସମ୍ବଳ ଶେଷ ହୋଇଗଲା। ଦୋକାନରେ ମଧ୍ୟ ତାଲା ପଡ଼ିଗଲା। ଆର୍ôଥକ, ଶାରିରୀକ ଓ ମାନସିକ ସ୍ତରେ ଅକ୍ଷୟ ଭାଙ୍ଗି ପଡ଼ିଲେ। ତାଙ୍କ ସହକର୍ମୀ ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ, କଣ୍ଠଶିଳ୍ପୀ ଦେବେନ୍ଦ୍ର ପଣ୍ଡା, ସମାଜସେବୀ ନଗେନ୍ଦ୍ର ପ୍ରସାଦ ଦାସ ଏବଂ ଆଉ କିଛି କଳାକାର ସହଯେଯୋଗ କରି ଚିକିତ୍ସା ପାଇଁ କିଛିକିଛି ଅର୍ଥ ଯୋଗାଇଛନ୍ତି। ଜିଲ୍ଳାପାଳଙ୍କ କାନକୁ କଥା ଯିବା ପରେ ସେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଚିକିତ୍ସା ଓ ପରିବାର ପ୍ରତିପୋଷଣ ପାଇଁ ଅର୍ଥର ଘୋର ଅଭାବ ଲାଗି ରହିଥିବାରୁ ବାଧ୍ୟ ହୋଇ ଅକ୍ଷୟ ଗଣମାଧ୍ୟମର ସାହାରା ନେଇଛନ୍ତି। ଗଣମାଧ୍ୟମ ମାଧ୍ୟମରେ ସହଯୋଗ ଯୋଗାଇବା ଆକୁଳ ନିବେଦନ କରିଛନ୍ତି। ତାଙ୍କ ସହଯୋଗ କରିବା ପାଇଁ ତାଙ୍କ ଫୋନ୍ ପେ ନମ୍ବର ୮୨୪୯୭୦୭୫୫୧ (ଅକ୍ଷୟ ପାତ୍ର) କିମ୍ବା ପଞ୍ଜବା ନ୍ୟାସନାଲ ବ୍ୟାଙ୍କ ସ୍ଥିତ ତାଙ୍କ ନାମରେ ଥିବା ଆକାଉଣ୍ଟ ନଂ ୧୨୨୩୦୦୦୧୦୨୮୮୧୫୪୭ (ଆଇଏଫ୍‌ସି – ପିୟୁଏନ୍‌ବି୦୧୨୨୩୦୦)ରେ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.