Home ଜିଲ୍ଲା ପରିକ୍ରମା ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବି, ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବଦ୍ରୀ

ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବି, ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବଦ୍ରୀ

44

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଆଖୁଆପଦା ଠାରେ ବୈତରଣୀ ନଦୀ ବ୍ୟାରେଜ ନିର୍ମାଣ ଦାବିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ। ଉଭୟ ବନ୍ୟା ନିୟନ୍ତ୍ରଣ ଓ ବର୍ଷତମାମ ଜଳସେଚନ ସୁବିଧା ପାଇଁ ସର୍ବାଧିକ ଆବଶ୍ୟକତା ପୂରଣ କରୁଥିବା ଆଖୁଆପଦା ବ୍ୟାରେଜ ନିର୍ମାଣକୁ ଅଣଦେଖା କରାଯାଉଛି। ଆଖୁଆପଦା ଠାରେ ବ୍ରିଟିଶ ନିର୍ମିତ ଆନିକଟ ରହିଛି। ଉପଯୁକ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜ୍ୟ ସରକାର ବ୍ୟାରେଜ ନିର୍ମାଣକୁ ଏଡାଇଯାଉଛନ୍ତି। କୃଷି ଓ କୃଷକର ଉନ୍ନତି ସହ ବନ୍ୟାଦାଉରୁ ଧନଜୀବନର ସୁରକ୍ଷା କେବଳ ଆଖୁଆପଦା ବ୍ୟାରେଜ ଦ୍ୱାରା ହୋଇପାରିବ। ଆଖୁଆପଦା ଆନିକଟର ଜଳସେଚନ ସୁବିଧା ଉଭୟ ଭଦ୍ରକ ଜିଲ୍ଲଶର ଭଣ୍ଡାରିପୋଖରୀ, ଧାମନଗର ଓ ଭଦ୍ରକ ବ୍ଲକର କୃଷକ ପାଉଥିବା ବେଳେ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଞ୍ଛାରପୁର ବ୍ଲକର କୃଷକ ପାଉଛନ୍ତି। ଏସବୁ ଜାଣି ସୁଦ୍ଧା ରାଜ୍ୟସରକାର ଆନିକଟକୁ ଉନ୍ନିତ କରି ବ୍ୟାରେଜ ନିର୍ମାଣ କରୁନାହାନ୍ତି। ଭାରତୀୟ ଜନତା ପାର୍ଟି ଏଥିପାଇଁ ଜନସଚେତନତା ସୃଷ୍ଟି ସହ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରଖିଛି। ଶ୍ରୀ ଧଳଙ୍କ ନେତୃତ୍ୱରେ ଦଳ ପକ୍ଷରୁ ପ୍ରକାଶ ମହାପାତ୍ର, ନରନାରାୟଣ ପରିଡା, ବିକାଶ ନାୟକ, ରାଜେଶ ବିଶ୍ୱାଳ, ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ସହ ବ୍ୟାରେଜ ନିର୍ମାଣ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟପାଳ ଶ୍ରୀ ଧଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.