Home ଜିଲ୍ଲା ପରିକ୍ରମା ଛତାବର-ନିଳୋକ ପୂର୍ତ୍ତରାସ୍ତା ପ୍ରଶସ୍ତିକରଣରେ ଅନୀୟମିତତା ଅଭିଯୋଗ

ଛତାବର-ନିଳୋକ ପୂର୍ତ୍ତରାସ୍ତା ପ୍ରଶସ୍ତିକରଣରେ ଅନୀୟମିତତା ଅଭିଯୋଗ

58

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଛତାବର-ନିଳୋକ ପୁର୍ତ୍ତରାସ୍ତା ପ୍ରଶସ୍ତିକରଣରେ ଅନୀୟମିତତା ଅଭିଯୋଗ ହେଉଛି। ଏହି ରାସ୍ତାର ଆଉଟଲେଟ ଥିବା ସ୍ଥାନରେ ନୂତନ ଆଉଟଲେଟ ନିର୍ମାଣ କରାଯାଉନାହିଁ। ପୁରୁଣା ଆଉଟଲେଟ ପାଶ୍ୱର୍ରେ ନର୍ଦ୍ଦମାକ୍ତ ସ୍ଥାନରେ ନିମ୍ନମାନରେ ଢଲେଇ ପକାଇବା ସହ ସୋଠ ପକାଯାଉଛି। ଠିକାଦାର ଆଶ୍ରୀବାଦ କନଷ୍ଟ୍ରକସନର ମନମୁଖି ନିର୍ମାଣ କାର୍ଯ୍ୟକୁ ତଦାରଖ କରିବାକୁ କୌଣସି ବିଭାଗୀୟ ଅଧିକାରୀ ଆସୁନାହାନ୍ତି। ରାସ୍ତା ନିର୍ମାଣ ପାଇଁ ଗୋଚର ଓ ଗ୍ରାମ୍ୟଜଙ୍ଗଲ ଜମିରୁ ମାଟି ଉଠାଯାଉଛି। ମଞ୍ଜୁରୀରୋଡ ଅଂଚଳର ଅଜୟ କୁମାର ସାହୁ, ସୁଶାନ୍ତ ବାରିକ, ଗଦାଧର ସାହୁ, ରୋହିତ କୁମାର ଭାରତୀ ପ୍ରମୁଖ ଏଥିନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୀର୍ଘ ଦିନ ପରେ ନିର୍ମାଣ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ଉଚ୍ଚମାନର କରିବା ନିମନ୍ତେ ପଦକ୍ଷେପ ନେବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.