Home ଜିଲ୍ଲା ପରିକ୍ରମା ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ

ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ

61

ଯାଜପୁର ୨୯ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଛି। ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଂଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ। କଲ୍ୟାଣପୁର ପଂଚାୟତର ଇଚ୍ଛାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲ୍ଲାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ। ପରେ ରଣପୁର ପଂଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଂଚଳ, ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଂଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ୩ ଦିନ ପାଇଁ ରିଲିଫ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ଲୋକ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈ ମାନଙ୍କର ଖାଦ୍ୟର ଅଭାବ ରହିଛି। ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.