Home ଓଡ଼ିଶା ସରକାରୀ ବସ ଚଳାଚଳ ନିମନ୍ତେ ବିଭିନ୍ନ ମହଲରେ ଦାବି

ସରକାରୀ ବସ ଚଳାଚଳ ନିମନ୍ତେ ବିଭିନ୍ନ ମହଲରେ ଦାବି

90

ବଲାଙ୍ଗୀର, ୩୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାଧାରଣ ଲୋକେ ପ୍ରାୟତଃ ଦିନବେଳେ ସମ୍ବଲପୁର, ବରଗଡ, ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ, କଟକ ଓ ଭୁବନେଶ୍ୱର ପଟେ ଯିବାପାଇଁ ମାତ୍ର ଗୋଟିଏ ଇଣ୍ଟର ସିଟି ଟ୍ରେନ ବଲାଙ୍ଗୀର ରୁ ହିଁ ଚଳା, ଚଳ କରୁଛି। ଉକ୍ତ ଟ୍ରେନ ରେ ଯିବା ନିମନ୍ତେ ଟିଟିଲାଗଡ଼ ଦେଇ ପଡୋଶୀ କଳାହାଣ୍ଡି ଜିଲ୍ଲା ତଥା ଦୂର, ଦୁରାନ୍ତରୁ ଯାତ୍ରୀ ବିଭିନ୍ନ ଜାନ, ବାହାନ ଭଡା କରି ଆସି ବଲାଙ୍ଗୀର ଯାଇ ଯିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ସପ୍ତାହ ରେ ତିନିଥର କୋରାପୁଟ ରୁ ଭୁବନେଶ୍ୱର ମାତ୍ର ଗୋଟିଏ ଟ୍ରେନ ଯାତୟତ କରୁଛି। ଯାହାକି ରାତି ୧୨ ଟା ରେ ଟିଟିଲାଗଡ଼ ରେ ପହଞ୍ଚି ଥାଏ ଓ ଅନେକ ଯାତ୍ରୀ ଏଠୁ ଯାତ୍ରା କରିଥାନ୍ତି। ଏଣୁ ବିଭିନ୍ନ ମହଲରେ ସରକାରୀ ବସ ଚଳାଚଳ ବ୍ୟବସ୍ଥା କରାଯିବା ନିମନ୍ତେ ଦାବି ହୋଇଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.