Home ଓଡ଼ିଶା କଟକ ଜି‌ଲ୍ଲାରେ ୮ଟି ବ୍ଲକ୍ ରେ ୭୦ରୁ ଅଧିକ ଗ୍ରାମର ୪୭ ହଜାରରୁ ଅଧିକ ଲୋକ...

କଟକ ଜି‌ଲ୍ଲାରେ ୮ଟି ବ୍ଲକ୍ ରେ ୭୦ରୁ ଅଧିକ ଗ୍ରାମର ୪୭ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ

116

କଟକ୩୧ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଜି‌ଲ୍ଲାରେ ୮ଟି ବ୍ଲକ୍ ରେ ବନ୍ୟା ପରିସ୍ଥିତି ପାଇଁ ପ୍ରାୟ ୭୦ରୁ ଅଧିକ ଗ୍ରାମର ୪୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୨୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇ ସେମାନଙ୍କୁ ରିଲିଫ ଯୋଗାଇଦେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଙ୍କୀ, ଡ଼ମପଡା, ତିଗିରିଆ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ନରସିଂହପୁର ଓ କଟକ ସଦର ବ୍ଲକ୍ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ବାଙ୍କୀ ଗସ୍ତରେ ଆସି ଡମପଡା ବ୍ଲକ, ବାଙ୍କୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଜନସାଧାରଣ, ସ୍ଥାନୀୟ ପଞ୍ଚାୟତରାଜ ପ୍ରତିନିଧି ଏବଂ ଉପସ୍ଥିତ ସରକାରୀ ପଦାଧିକାରୀ ମାନଙ୍କ ସହ ବନ୍ୟା ପ୍ରଭାବ ସମ୍ପର୍କରେ ଆଲୋଚନା ଓ ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର ଜଳବନ୍ଦୀ ଗ୍ରାମ କଇଁମୁଣ୍ଡି ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି। ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ମୁଣ୍ଡଳୀ, ନରାଜ ଓ ବିରୂପା, ଯୋବ୍ରାରେ ପହଞ୍ଚି ବରିଷ୍ଠ ଇଂଜିନିୟର, ବ୍ୟାରେଜ୍ ଡିଭିଜନ ଅଧିକାରୀଙ୍କ ସହିତ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଜଳଳମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଣ୍ଡଳୀରେ ପହଞ୍ଚି ଜଳ ନଷ୍କାସନ ସଂପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି। ଜିଲ୍ଲାର ୮ଟି ବ୍ଲକ୍ ଅନ୍ତର୍ଗତ ୩୯ ପଞ୍ଚାୟତର ୬୯ଟି ଗାଁ ଓ ସିଏମ୍‌ସିର ୫୫ ଓ ୫୯ ନମ୍ବର ୱାର୍ଡ ପ୍ରଭାବିତ ହୋଇଥିବା ପ୍ରଶାସନର ସରକାରୀ ପ୪ରୁ ସୂଚନା ଦିଆଯାଇଛି। ଜିଲ୍ଲାର ୪୭ ହଜାରରୁ ଅଧିକ ଜନସାଧାରଣ ବନ୍ୟାଦ୍ବାରା ପ୍ରଭାବିତ ହୋଇଥିବାବେଳେ ଜଳବନ୍ଦୀ ଭାବେ୧୧ଟି ଗାଁ ରହିଥିବା ପ୍ରଶାସନ ଠାରୁ ସୂଚନା ମିଳିଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୯୯୮ଜଣ ଓ ସିଏମ୍‌ସିରୁ ୨୩ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରଭାବିତ ଅଂଚଳରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବିଭାଗ ସହ ୧୨ଟି ବୋଟ୍ ଯାତାୟତ ଓ ସ୍ଥାନାନ୍ତରଣ ପାଇଁ ଦିଆଯାଇଛି। ଏହାଦ୍ବାରା ୨୮୫୩ ଗାଈଗୋରୁ ପ୍ରଭାବିତ ହୋଇଥିବାବେଳେ ଜିଲ୍ଲାର ୭୦ ପ୍ରତିଶତ ଚା‌ଷ ଜମି ବନ୍ୟାପାଣିରେ ଉବୁଟୁବୁ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.