Home ଜିଲ୍ଲା ପରିକ୍ରମା ଦୁଇଟି ବାଇକ ମୁହାଁମୁହିଁ ଧକ୍କା – ଦୁଇ ମୃତ, ଜଣେ ଗୁରୁତର

ଦୁଇଟି ବାଇକ ମୁହାଁମୁହିଁ ଧକ୍କା – ଦୁଇ ମୃତ, ଜଣେ ଗୁରୁତର

104

ସୁବର୍ଣପୁର, ୩୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର – ବିନିକା ରାସ୍ତାର କବାଟ ତଲେଇ ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇଟି ବାଇକର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟବରଣ କରିଛନ୍ତି। ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣକ ବରଗଡ ଜିଲ୍ଲା ଭେଡେନ ବ୍ଲକର ତାଲମେଣ୍ଡା ଗ୍ରାମର ବୋଲି ଜଣାପଡିଛି। ଅନ୍ୟ ମୃତକ ଜଣକଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ସୁବର୍ଣ୍ଣପୁର ପୋଲିସ ପହଁଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠେଇ ଅଧିକ ଅନୁସନ୍ଧାନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.