Home ଜିଲ୍ଲା ପରିକ୍ରମା ସରକାରୀ ନିୟମର ଖୋଲମଖୋଲା ଉଲ୍ଲଙ୍ଘନ, ଏନ୍‌ଆରଜିଏସ୍ ରେ ଲୋକ ବଦଳରେ କାମ କରୁଛି ମେସିନ୍‌

ସରକାରୀ ନିୟମର ଖୋଲମଖୋଲା ଉଲ୍ଲଙ୍ଘନ, ଏନ୍‌ଆରଜିଏସ୍ ରେ ଲୋକ ବଦଳରେ କାମ କରୁଛି ମେସିନ୍‌

42

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜୁନ୍ ମାସ ୧୩ ତାରିଖ ୨୦୨୧ ଠାରୁ ସରକାରୀ ନିର୍ଦ୍ଦେଶନାମାରେ ଏନଆରଜିଏସ୍ କାମ କରିବାକୁ ନିୟମ ଥିଲା । କିନ୍ତୁ ଏପରି ଏକ ନିୟମ ବିରୋଧ କାର୍ଯ୍ୟ ଭଦ୍ରକ ବ୍ଲକ୍ ଅଧୀନରେ ବାଉଦପୁର ପଂଚାୟତରେ ଦୃଷ୍ଟି ଆକର୍ଷଣ ହୋଇଛି । ସୂଚନା ଅନୁସାରେ କୁଶଗଡିଆ ଠାରୁ ବାଉଦପୁର ଯିବା ଆସିବା କରିବା ପାଇଁ ଏକ କାଢା କେନାଲ ଖୋଳି ଗୋଟିଏ ମାଟି ରାସ୍ତାର ନିର୍ମାଣ କାର୍ଯ୍ୟ କିଛି ରାଜନୈତିକ ଓ କିଛି ପ୍ରଭାବଶାଳୀ ବ୍ୟକ୍ତି ଜେସିବି ମେସିନ୍ ସାହାଯ୍ୟରେ କାମ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କି ଯେଉଁଠି ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ କରୋନା ପାଇଁ ଘର ବାହୁଡା ହୋଇଛନ୍ତି ବା ଯେଉଁଠି ଜବକାର୍ଡଧାରୀ ଗୋଡ ହାତ ବାନ୍ଧି ବସିଲା ଭଳି ପଡିରହିଛନ୍ତି ପରିବାର ପ୍ରତିପୋଷଣ କରିବା ପାଇଁ କିଛି ଉପାୟ ନାହିଁ । ବହୁ ଅସୁବିଧାରେ ସେମାନେ ଚଳୁଛନ୍ତି । ସେଠି ଏମାନଙ୍କୁ କାମରେ ନଲଗାଇ ସରକାରୀ ନିୟମ ଉଲ୍ଲଂଘନ କରି ଜେସିବିରେ ମାଟି କାମ କରୁଛନ୍ତି । ଏହା କେତେଦୂର ଯୁକ୍ତିଯୁକ୍ତ! ସରକାରଙ୍କ ନିୟମରେ କାମ ବନ୍ଦ ଥିବାବେଳେ ତରବରିଆ ଭାବରେ ଏ କାମ କରିବା କେତେଦୂର ଠିକ୍‌! ଏଥିରୁ ଯାହା ବାରିହୋଉଛି କୌଣସି ଚାପରେ ବଶବର୍ତ୍ତୀ ହୋଇ ଏ କାମ ସଂପାଦନ କରାଯାଇଛି । ଗ୍ରାମର କିଛି ଶ୍ରମିକ ଏହାର ପ୍ରତିବାଦ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କି ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.