Home ଜିଲ୍ଲା ପରିକ୍ରମା ଅଗ୍ନିଶମ ବିଭାଗ ତରଫରୁ ବୃକ୍ଷ ରୋପଣ

ଅଗ୍ନିଶମ ବିଭାଗ ତରଫରୁ ବୃକ୍ଷ ରୋପଣ

133

ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଠାରେ ଥିବା ଅଗ୍ନିଶମ ବିଭାଗ ତରଫରୁ ଆଜି ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏହି କେନ୍ଦ୍ରର ଏସଆଇ ଶମ୍ଭୁନାଥ ଦାସଙ୍କ ସହ କର୍ମଚାରୀ ଅଜୟ କବି, ମନୋରଞ୍ଜନ ନାୟକ, ରାଜେନ୍ଦ୍ର ଲେଙ୍କା, ମାମାଂଶୁ ନାୟକ, ବିବେକ ମୁର୍ମୁ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରସ୍ତାବିତ ଅଗ୍ନିଶମ ବିଭାଗର ହେବାକୁ ଥିବା କାର୍ଯ୍ୟାଳୟ ପଡ଼ିଆରେ ହୋଇ ଥିବାର ଅଗ୍ନିଶମ ବିଭାଗ ଏସଆଇ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.