Home ଓଡ଼ିଶା ରଣପୁର ଯୁବ କଂଗ୍ରେସ ର ଚାକିରୀ ବୟସ ସୀମା ବୃଦ୍ଧି ପାଇଁ ଦାବୀ ପତ୍ର

ରଣପୁର ଯୁବ କଂଗ୍ରେସ ର ଚାକିରୀ ବୟସ ସୀମା ବୃଦ୍ଧି ପାଇଁ ଦାବୀ ପତ୍ର

51

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୮- ସାରା ଭାରତ ବର୍ଷ ରେ ଅନ୍ୟ ରାଜ୍ୟ ମାନଙ୍କ ରେ ସରକାରୀ ଚାକିରୀ ନିଯୁକ୍ତି ବୟସ ସୀମା ଅଧିକ ଥିବା ବେଳେ ଓଡିଶା ରେ ଆବେଦନ ବୟସ ସୀମା କମ୍ ଥିବାରୁ ନୟାଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ମିର୍ ଆବୁବକର ସିଦ୍ଧିକ୍ ଙ୍କ ନେତୃତ୍ୱ ରେ ଓଡିଶା ସରକାରଙ୍କ ମୁଖ୍ୟ ସାଶନ ସଚିବ ଙ୍କ ଉଦେଶ୍ୟ ରେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ମାଧ୍ୟମ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଆବେଦନ ର ବୟସ ସୀମା ୩୨ ବର୍ଷ ରୁ ୪୨ ବର୍ଷ କୁ ବୃଦ୍ଧି କରାଯିବାକୁ ଦାବୀ କରାଯାଇଛି ।

ଗୋଆ ରେ ବୟସ ଆସାମ ରେ ୪୪ ବର୍ଷ , ସୀମା ୪୫ ବର୍ଷ , ତେଲେଙ୍ଗାନା ରେ ୪୪ ବର୍ଷ , ଆନ୍ଧ୍ର ରେ ୪୨ ବର୍ଷ , ରାଜସ୍ଥାନ , ଉତ୍ତର ପ୍ରଦେଶ ,  ପଶ୍ଚିମ ବଙ୍ଗ ଓ ମଧ୍ୟପ୍ରଦେଶ ରେ ବୟସ ସୀମା ୪୦ ବର୍ଷ ରହିଅଛି । ତେଣୁ ଓଡିଶା ରେ ବୟସ ସୀମା ୩୨ ରୁ ୪୨ ବର୍ଷ ବୃଦ୍ଧି କରାଯିବାକୁ ଦାବୀ କରାଯାଇଛି । ବୟସ ସୀମା କମ୍ ଥିବାରୁ  ଅନେକ ମେଧାବି ଛାତ୍ର ସରକାରୀ ଚାକିରୀ ରୁ ବଂଚିତ ହେଉଛନ୍ତି । ଏଥିରେ ଯୁବ କଂଗ୍ରେସ ର ସୋମନାଥ ଦଳେଇ , ସଂଜୟ କୁମାର ମହାନ୍ତି , ଲିୟାକତ୍ ଅଲ୍ଲି ,ସୋମନାଥ ବେହେରା , ଅନିଲ୍ ଛୁଆଳସିଂ  ଆଦି ବହୁ ଯୁବ ନେତା ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.