Home ଜିଲ୍ଲା ପରିକ୍ରମା ସରକାରୀ ଡାକ୍ତରଖାନାରେ ୬୩ ପ୍ରତିଶତ ରୋଗୀ ହ୍ରାସ

ସରକାରୀ ଡାକ୍ତରଖାନାରେ ୬୩ ପ୍ରତିଶତ ରୋଗୀ ହ୍ରାସ

175

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ଭୟରେ ସାଧାରଣ ରୋଗୀ ଡାକ୍ତରଖାନା ଆସୁନାହାଁନ୍ତି । ଫଳରେ ଗତ ୩ ମାସ ମଧ୍ୟରେ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ରୋଗୀଙ୍କ ସଂଖ୍ୟା ୬୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆଇପିଡି ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । କରୋନା କଟକଣା ଯୋଗୁଁ ସରକାରୀ ଡାକ୍ତରଖାନାରେ ସାଧାରଣ ରୋଗୀଙ୍କ ଚିକିତ୍ସା ଉପରେ ଅଂକୁଶ ଅନ୍ୟପଟରେ ଡାକ୍ତରଖାନା ଆସିବାକୁ ଗମନା ଗମନ ଅସୁବିଧା ଯୋଗୁଁ ବହୁ ରୋଗୀ ସରକାରୀ ସ୍ୱାସ୍ଥ୍ୟରୁ ବଂଚିତ ହୋଇଥିବା ବେଳେ ସରକାରୀ ସ୍ୱାସ୍ଥ୍ୟରୁ ବଂଚିତ ହୋଇଥିବା ବେଳେ ସରକାରୀ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଦ୍ରୁତ ହ୍ରାସ ପାଇବାରେ ଲାଗିଛି । ସରକାରୀ ଡାକ୍ତରଖାନାରେ ଅଣ-କରୋନା ଆକ୍ରାନ୍ତ ରୋଗୀଙ୍କ ପ୍ରତି ଚିକିତ୍ସା ଜନିତ ଅବହେଳା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କୁ ହତାସ କରିଛି । କରୋନା ଭୟରେ ଡାକ୍ତରଖାନାରେ ସେବା ଯୋଗାଇ ଦେବା ଦୂରକୁ ଥାଉ ସ୍ପର୍ଶ କରିବାକୁ ମଧ୍ୟ ସାହାସ କରୁନଥିବା ଅଭିଯୋଗ ହେଉଛି । ନିକଟରେ ଦରଡା ଅଂଚଳର ଦେବେନ୍ଦ୍ର ପଣ୍ଡା ତାଙ୍କର ଜଣେ ଅସୁସ୍ଥ ସଂପର୍କୀୟଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନା ବର୍ହିବିଭାଗକୁ ଆଣିଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ କୌଣସି ପରୀକ୍ଷା ନିରୀକ୍ଷା କରିବା ଦୂରକୁ ଥାଉ ସାମାଜିକ ଦୂରତା ରକ୍ଷା କରି କେବଳ ଔଷଧ ଚିଠା ଲେଖି ବିଦା କରିଦେଇଥିଲେ । କରୋନା ଯୋଗୁଁ ମାର୍ଚ୍ଚ ଅପ୍ରେଲ ଏବଂ ମିଇ ୩ ମାସରେ ବର୍ହିବିଭାଗରେ ୬୩ ପ୍ରତିଶତ ଏବଂ ଅନ୍ତ ବିଭାଗରେ ପ୍ରାୟ ୨୦ ପ୍ରତିଶତ ରୋଗୀ ହ୍ରାସ ପାଇଛନ୍ତି । ଗତବର୍ଷ ଏହି ୩ ମାସରେ ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ହି ବିଭାଗରେ ୧ ଲକ୍ଷ ୭ ହଜାର ୯୩୧ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ଅନ୍ତ ବିଭାଗରେ ୨୦ ହଜାର ୮୩୮ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ । ତେବେ ଚଳିତବର୍ଷ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡିରେ ମାତ୍ର ୪୦ ହଜାର ୧୨୪ ଜଣ ଚିକିତ୍ସିତ ହୋଇଥିବା ବେଳେ ଆଇପିଡିରେ ୧୭ ହଜାର ୭୬୫ ଜଣ ଚିକିସିôିତ ହୋଇଛନ୍ତି । ଗତବର୍ଷ ଅପ୍ରେଲ ମାସରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡିରେ ୩୫ ହଜାର ୨୬ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ଚଳିତବର୍ଷ ଏହି ମାସରେ ମାତ୍ର ୮ ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି । ଗୋଟିଏ ପଟରେ କରୋନା ଅନ୍ୟପଟରେ ଏହାକୁ ମୁକାବିଳା ଲାଗି ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଲକଡାଉନ୍‌, ସଟ୍‌ଡାଉନ୍ ଏବଂ କର୍ଫ୍ୟୁ ଭଳି କଟକଣା ସାଧାରଣ ଜୀବନଯାତ୍ରାକୁ ଗୁରୁତର ଭାବେ ପ୍ରଭାବିତ କରିଛି । କରୋନା ଭୟରେ ଲୋକେ ଘରୁ ଗୋଡ କାଢିବାକୁ ସାହାସ କରିପାରୁନଥିବା ବେଳେ ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି । ସରକାରୀ କଳ ସଂପୂର୍ଣ୍ଣ ଭାବେ କରୋନା ମୁକାବିଲାରେ ଲାଗିପଡିଥିବାବେଳେ ସେବା ନପାଇ ଅଣକରୋନା ପୀଡିତ ଲୋକେ ହନ୍ତସନ୍ତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.