Home ଜିଲ୍ଲା ପରିକ୍ରମା ସରକାରୀ ଜମି ଉଚ୍ଛେଦ ନ ହେବାରୁ ଗ୍ରାମବାସୀଙ୍କ ରାସ୍ତା ରୋକ

ସରକାରୀ ଜମି ଉଚ୍ଛେଦ ନ ହେବାରୁ ଗ୍ରାମବାସୀଙ୍କ ରାସ୍ତା ରୋକ

64

ବାହାନଗା,୯ା୭(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଓଡ଼ଶାଳ ପଞ୍ଚାୟତର ଜଳଝଳିଆ ଗୋଲପୁର ଗ୍ରାମର ସରକାରୀ ଜମି ଉଚ୍ଛେଦ ନ ହେବାରୁ ଗ୍ରାମବାସୀ ମାନେ ବାଲେଶ୍ୱର – ଗୋପାଳପୁର ନିମିକ ରାସ୍ତାକୁ ଅବରୋଧ କରିଥିଲେ । ସୂଚନା ଅନୁସାରେ ଏହି ଗ୍ରାମର ଗ୍ରାମବାସୀ ସରକାରଙ୍କର ଅନାବଦୀ, ଗୋଚର ଅବରୋଧ ଜମି ମୁକ୍ତ ଓ ସୀମା ନିର୍ଦ୍ଧାରଣ ପାଇଁ ଆବେଦନ କରିଥିଲୋ । ଫଳରେ ଗ୍ରାମର ଖେଳପଡ଼ିଆ ଜବର ଦଖଲ ଭିତରେ ରହି ଥିବା ବେଳେ ଗ୍ରାମକୁ ସଂଯୋଗ ରାସ୍ତା ପାଖ ଜବର ଦଖଲ କରି ରଖିଛନ୍ତି । ୩ବର୍ଷ ଧରି ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଜାଗା ଚିହ୍ନଟ ହୋଇ ପାରୁ ନଥିଲା । ତେବେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଫିସକୁ ଯିବା ପରେ ୭/୭/୨୧ଉଚ୍ଛେଦ ଧାର୍ଯ୍ୟ ହୋଇଥିଲା । ଶୁକ୍ରବାର ଦିନ ବାହାନଗା ତହସିଲଦାର ଗ୍ରାମରେ କର୍ମଚାରୀ ଓ ପୋଲିସ ଫୋର୍ସ ସହ ପହଞ୍ଚି ଉଚ୍ଚେଦ ଆରମ୍ଭ କରିଥିବାବେଳେ ଦୁଇଜଣ ମହିଳାଙ୍କ କହିବା ଅନୁସାରେ ତହସିଲଦାର ଉଚ୍ଛେଦ ବନ୍ଦ ରଖି ୨ମାସ ସ୍ଥଗିତ ରହିବା କହି ଫେରି ଆସିଥିଲେ । ତେବେ ଗ୍ରାମବାସୀ ସୁବାସିନ ବିଶ୍ୱାଳ, ସୁନିତା ବିଶ୍ୱାଳ, ଶକୁନ୍ତଳା ବିଶ୍ୱାଳ, ରଞ୍ଜନ ସାହୁ, ବୁଦ୍ଧିରାମ ବେହେରା, ମହେଶ୍ୱର ଜେନା, ବିଶ୍ୱପଜିତ ବେହେରା, ରବିନ୍ଦ୍ର ବିଶ୍ୱାଳ, ଶରତ ଜେନା, ବିଜୟ ଜେନା, ଦେବେନ୍ଦ୍ର ଜେନା, ଅନିରୁଦ୍ଧ ବେହେରା, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖଙ୍କ ସହ ଅନ୍ୟ ଗ୍ରାମବାସୀ ମୁଖ୍ୟ ନିମିକ ରାସ୍ତାକୁ ଅବରୋଧ କରିଥିଲେ । ଦୀର୍ଘ ୨ଘଣ୍ଟା ରାସ୍ତା ବନ୍ଦ ହେବା ପରେ ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ଅଧିକାରୀ ହୃଦୟ ମାଧବ ପଟ୍ଟନାୟକ ଅବରୋଧ ସ୍ଥଳରେ ପହଞ୍ଚି ବୁଝା ସୁଝା କରି ଅଫିସରଙ୍କ ସହ ବସି ଏହାର ସ୍ଥାୟୀ ସମାଧାନ କରିବାର ପ୍ରତିଶୃତି ଦେବା ପରେ ଅବରୋଧ ହଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.