Home ଜିଲ୍ଲା ପରିକ୍ରମା କିଡ଼ନୀ ଆକ୍ରାନ୍ତ ଯୁବକ ମୃତ

କିଡ଼ନୀ ଆକ୍ରାନ୍ତ ଯୁବକ ମୃତ

115

ବାହାନଗା, ୯ା୭(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତାଳପଦା ଗ୍ରାମର ଜଣେ କିଡ଼ନୀ ଆକ୍ରାନ୍ତ ଯୁବକଙ୍କର ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଖରିଦା ଅଞ୍ଚଳର ଗୋବିନ୍ଦ ରାଉତଙ୍କ ପୁଅ ରମେଶ(୩୯) ତାଳପଦା ଅଞ୍ଚଳରୁ ବିବାହ କରି ଏହି ଗ୍ରାମରେ ରହି ଆସୁଥିଲା । ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲା । ରମେଶ ଗରିବ ଶ୍ରେଣୀର ଥିବାରୁ ଠିକରେ ଚିକିତ୍ସା ହୋଇ ପାରି ନଥିଲା । ଫଳରେ ରୋଗ ବାହାରିବାରୁ ତାଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ସଦର ହସପିଟାଲକୁ ନେଇଥିଲେ । ଗୁରୁବାର ସନ୍ଧ୍ୟାରେ ସଦର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲୋ । ତେବେ ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଶବ ଜବଦ କରିବାସହ ୪୧/୨୧ରେ ମାମଲା ରୁଜୁ କରି ପରିବାରକୁ ହସ୍ତାନ୍ତର କରିଛି । ତେବେ ତାଙ୍କର ଜଣେ ୬ବର୍ଷର ଝିଅ ଥିବା ବେଳେ ତାଙ୍କ ପତ୍ନୀ ୮ମାସ ଗର୍ଭବତୀ ଥିବାର ଜଣାପଡ଼ିଛି । ଯୁବକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.