Home Top News ଆପିଏସ୍ ସ୍ତରରେ ଅଦଳ ବଦଳ

ଆପିଏସ୍ ସ୍ତରରେ ଅଦଳ ବଦଳ

70

ଭୁବନେଶ୍ୱର ୯ ଜୁଲାଇ (ଓଡ଼ିଆ ପୁଅ) ଆପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଓଡିଶା ସରକାରଙ୍କର ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରାକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,

ଶ୍ରୀ ଏସ୍ ଦେବ ଦତ୍ତ ସିଂ, (ଆଇପିଏସ୍ ୧୯୯୮), କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ କରିବା ପରେ IGP, ହେଡ୍ କ୍ୱାର୍ଟର୍ ଭାବରେ ଦାୟୀତ୍ତ୍ୱ ତୁଲାଇବେ।

ଶ୍ରୀ ପ୍ରକାଶ ଆର, (ଆଇପିଏସ୍ ୨୦୦୮) ବର୍ତ୍ତମାନ ପୋଲିସ ଅଧୀକ୍ଷକ ଜଗତସିଂହପୁରକୁ ସ୍ଥାନାନ୍ତରିତ କରାଯାଇ ଭିଜିଲାନ୍ସରେ ନିଯୁକ୍ତି କରାଯାଇଛି।

ଶ୍ରୀ ଅଖିଳେଶଭାର ସିଂ, (ଆଇପିଏସ୍: ୨୦୦୯) ବର୍ତ୍ତମାନ କମାଣ୍ଡାଣ୍ଟ, SOG ଙ୍କୁ ସ୍ଥାନାନ୍ତରିତ କରାଯାଇ ଜଗତସିଂହପୁର ପୋଲିସ୍ ଅଧୀକ୍ଷକ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ପିଏସ୍ ପୁରୁଷୋତ୍ତମ ଦାସ (ଆଇପିଏସ୍:୨୦୧୩) ବର୍ତ୍ତମାନ ପୋଲିସ ଅଧୀକ୍ଷକ, ମୟୁରଭଞ୍ଜ ଙ୍କୁ ନବରଙ୍ଗପୁର ପୋଲିସ ଅଧୀକ୍ଷକ ଭାବରେ ସ୍ଥାନାନ୍ତର କରାଯାଇଛି।

ଶ୍ରୀ ରାହୁଲ ଜୈନ (ଆଇପିଏସ୍: ୨୦୧୫) ବର୍ତ୍ତମାନ ପୋଲିସ୍ ଅଧୀକ୍ଷକ ନୁଆପଡାଙ୍କୁ ବଦଳି କରାଯାଇ ବରଗଡର ପୋଲିସ୍ ଅଧୀକ୍ଷକ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ପ୍ରତ୍ୟୁଷ ଦିବାକର୍, (ଆଇପିଏସ୍: ୨୦୧୫) ବର୍ତ୍ତମାନ AIGP, ହେଡ୍ କ୍ୱାର୍ଟର୍ ସ୍ଥାନାନ୍ତରିତ ହୋଇ ପୋଲିସ୍ ଅଧୀକ୍ଷକ ନୁଆପଡା ଭାବରେ ଦାୟୀତ୍ତ୍ୱ ନେବେ।

ଶ୍ରୀ କେଆର୍ ଧ୍ୟାନ ଦେଓ (ଆଇପିଏସ୍: ୨୦୧୬) ମାଲକାନଗିରି ଏସ୍‌ପି ଥିଲେ ଏବେ ମୟୁରଭଞ୍ଜ ଏସ୍‌ପି ଭାବରେ ନିଯୁକ୍ତ।

ଶ୍ରୀ ପି ଏସ୍ ମୀନା, (ଆଇପିଏସ୍: ୨୦୧୭) ବର୍ତ୍ତମାନ ପୋଲିସ୍ ଅଧୀକ୍ଷକ, ନରଙ୍ଗପୁର ସ୍ଥାନାନ୍ତରିତ ହୋଇ ମାଲକାନଗିରି ପୋଲିସ୍ ଅଧୀକ୍ଷକ ଭାବରେ ପୋଷ୍ଟିଂ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.