Home ଓଡ଼ିଶା ସରକାରୀ କ୍ୱାଟର ଅଭାବ …ଛାତ୍ରାବାସ ପାଲଟିଛି କର୍ମଚାରୀ ଓ ଶିକ୍ଷକଙ୍କ କ୍ୱାଟର

ସରକାରୀ କ୍ୱାଟର ଅଭାବ …ଛାତ୍ରାବାସ ପାଲଟିଛି କର୍ମଚାରୀ ଓ ଶିକ୍ଷକଙ୍କ କ୍ୱାଟର

29

ନୟାଗଡ଼ ୧୦/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସ୍ୱାଧିନତା ପୁର୍ବ ରାଜ ରାଜୁଡା ଅମଳରୁ ରଣପୁର ରେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ରଣପୁର ଅଂଚଳର ପାଖାପାଖି କୈାଣସି ସ୍ଥାନରେ ଉଚ୍ଚ ବିଦ୍ୟାଳୟ ନଥିଲା। ତେଣୁ ଗ୍ରାମାଞ୍ଚଳରୁ ଛାତ୍ରମାନେ ଆସି ଅଧ୍ୟୟନ କରିବା ପାଇଁ ରାଜା କୃଷ୍ଣଚନ୍ଦ୍ର ଦେବଙ୍କ ନାମରେ କୃଷ୍ଣ ଭାଗିରଥି ଛାତ୍ରାବାସ ନିର୍ମାଣ କରାଯାଇଥିଲା। କାଳକ୍ରମେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ପର୍ବ ପରେ ଏବେ ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ନାମକରଣ କରାଯାଇଛି। ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଠ ଏକ ଛାତ୍ରୀ ଛାତ୍ରାବାସ ନିର୍ମାଣ ହୋଇଛି। କିନ୍ତୁ ଛାତ୍ର ମାନଙ୍କ ପାଇଁ କୈାଣସି ଛାତ୍ରାବାସ ନାହିଁ। ଏଠାରେ ଉନ୍ନତ ମାନର ଶିକ୍ଷା ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରମାନେ ଛାତ୍ରାବାସ ର ସୁବିଧା ପାଇ ପାରୁନାହାଁନ୍ତି। ପୂରାତନ କୁଷ୍ଣ ଭାଗିରଥି ଛାତ୍ରାବାସ କୁ ଗଣିତ ଶିକ୍ଷକ ଶତ୍ରୁଘନ ସାର୍, ମିନତି ବେହେରା କିରାଣୀ ଓ ପ୍ରଫୁଲ୍ଲ ପରିଡା ପିଅନ ନିଜର ଆବାସସ୍ଥଳୀ କରିଛନ୍ତି। ଏହି ଉଚ୍ଚ ବିଦ୍ୟାଳୟରେ ୧୧୭୯ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।

୨୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ, ଜଣେ କିରାଣୀ ଓ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରଣପୁର ବ୍ଲକର ଏହା ଏକ ସର୍ବବୃହତ୍ ଶିକ୍ଷାନୁଷ୍ଠାନ। ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ ସରକାରୀ କ୍ୱାଟର ନଥିବାରୁ ଅନେକ ଅସୁବିଧା ହେଉଛି। ଏପରି କି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପାଇଁ ସରକାରୀ କ୍ୱାଟର ବ୍ୟବସ୍ଥା ହୋଇପାରି ନାହିଁ। ସ୍କୁଲ ପରିଚାଳନାରେ ଅନେକ ଅସୁବିଧା ହେଉଅଛି। ଏ ସର୍ମ୍ପକେ ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ବ୍ଲକର ଓ ଅଂଚଳର ଏକ ପ୍ରମୁଖ ଉନ୍ନତ ବିଦ୍ୟାଳୟ ସରକାରୀ କ୍ୱାଟର ନିହାତି ଆବଶ୍ୟକ। ଏ ସର୍ମ୍ପକେ ଏକ ପ୍ରସ୍ଥାବ ଦେବାପାଇଁ ବିଭାଗୀୟ ଉଚ୍ଚସ୍ଥର ରୁ ଚିଠି ଆସିଥିଲା। ଉଚ୍ଚ ବିଦ୍ୟାଳୟ ତରଫରୁ ୩ ବର୍ଷ ତଳୁ ସରକାରୀ କ୍ୱାଟର ନିର୍ମାନ ପାଇଁ ବ୍ୟୟ ଅଟକଳ ସହ ପ୍ରସ୍ତାବ ପଠା ଯାଇଛି। ତାହା ବିଭାଗୀୟ ସରକାରୀ ଫାଇଲ ତଳେ କେଉଁଠି ଚାପି ହୋଇ ରହିଛି। ଏ ସର୍ମ୍ପକେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବେହେରା ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାନଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ କ୍ୱାଟର ନିର୍ମାଣ କରିବାକୁ ଜନ ସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.